ମହାନ୍ ସଂଘ୍ ତରଫରୁ କାରଗିଲ ଦିବସ ପାଳିତ

add-all

ବ୍ରହ୍ମପୁର : ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ପକ୍ଷରୁ ୨୭ ତମ କାରିଗିଲ ଦିବସ ସ୍ଥାନୀୟ ଗାୟତ୍ରୀ ହୋଟେଲ ସମ୍ମିଳନି କକ୍ଷରେ ପାଳିତ ହୋଇଯାଇଛି। କାରିଗିଲ ଯୁଦ୍ଧ ରେ ସହିଦ ମାନଙ୍କ ନିମନ୍ତେ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ସଭାପତିତ୍ବ କରି ସେନା ମାନେ ସାରା ଦେଶବାସୀ ଙ୍କ ସମ୍ମାନ ର ପାତ୍ର ଓ ଆମ ସମସ୍ତ ଙ୍କ ପ୍ରକୃତ ହିରୋ। ସେମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁ ଆମେ ସମସ୍ତେ ସୁରକ୍ଷିତ। ଏଣୁ ସେନା ଓ ତାଙ୍କ ପରିବାର ପ୍ରତି ସହୋଯୋଗ ଓ ସମ୍ମାନ ଆମ ସମସ୍ତଙ୍କ ପ୍ରଧାନ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ କୁମାର ପାତ୍ର, ଭି ରବି କୁମାର ଗୁପ୍ତା, ସୌମିକ ସାହୁ, ପ୍ରଭାକର ସାହୁ, ପ୍ରକାଶ ଵଜନୀ, ଭଗବାନ ବେହେରା, ଶ୍ରୀମତୀ ନମିତା ରାଉତ, ଗାୟତ୍ରୀ ପଣ୍ଡା, ନିବେଦିତା ପାଢ଼ୀ, ଡ ସନ୍ଧ୍ୟାରାଣୀ ପଟ୍ଟନାୟକ, ଡ ଧନଲକ୍ଷ୍ମୀ ପଟ୍ଟନାୟକ,ତପନ ପଣ୍ଡା, ମନୋରଞ୍ଜନ ପାଢ଼ୀ,ଶ୍ରୀ ଉମାଶଙ୍କର ପାଢ଼ୀ,ଶ୍ରୀ ମହେନ୍ଦ୍ର ପାତ୍ର ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.