ଓଡ଼ିଶା ଉପକୂଳରେ ଅବପାତ, ୨୭ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା

add-all

ଭୁବନେଶ୍ବର: ଓଡ଼ିଶା ଉପକୂଳରେ ଅବପାତ । ୨୭ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ବର୍ଷା ସମ୍ଭାବନା । ଅବପାତଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଶକ୍ତିଶାଳୀ ହୋଇ ଗଭୀର ଅବପାତ ରୂପ ନେବ । ଆସନ୍ତାକାଲି ସକାଳ କିମ୍ବା ଅପରାହ୍ଣରେ ସମୟରେ ଏହା ପାରାଦୀପ ଏବଂ ସାଗର ଦ୍ୱୀପ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ ।

ବର୍ତ୍ତମାନ ଅବପାତଟି ପଶ୍ଚିମବଙ୍ଗର ସାଗର ଦ୍ୱୀପଠାରୁ ପ୍ରାୟ ୧୩୦ କି.ମି. ଦକ୍ଷିଣ-ଦକ୍ଷିଣ-ପୂର୍ବରେ, ଦୀଘାଠାରୁ ପ୍ରାୟ ୧୪୦ କି.ମି. ଦକ୍ଷିଣ-ପୂର୍ବରେ, ଓଡ଼ିଶାର ଚାନ୍ଦବାଲିଠାରୁ ପ୍ରାୟ ୧୭୦ କି.ମି. ପୂର୍ବରେ ଏବଂ ବାଲେଶ୍ୱରଠାରୁ ପ୍ରାୟ ୧୮୦ କି.ମି. ପୂର୍ବ-ଦକ୍ଷିଣ-ପୂର୍ବରେ ଅବସ୍ଥିତ । ଅବପାତ ଯୋଗୁଁ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଅନ୍ୟପଟେ, ଆଗାମୀ ଦୁଇ ଦିନ ଭିତରେ ଆହୁରି ଘନୀଭୂତ ହେବ । ଏହାର ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷିବ । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

ad-week
Leave A Reply

Your email address will not be published.