ମଦ ଦୋକାନକୁ ବିରୋଧ କରି ତାତିଲେ ଲୋକେ, ତାଲା ଭାଙ୍ଗି ଲୁଟିନେଲେ ପେଟି ପେଟି ମଦ

add-all

ଯାଜପୁର : ମଦ ଦୋକାନକୁ ବିରୋଧ କରି ତାତିଲେ ଲୋକେ । ତାଲା ଭାଙ୍ଗି ଲୁଟିନେଲେ ପେଟି ପେଟି ମଦ । ଯିଏ ଯେମିତି ପାରିଲା ବୋହିନେଲା । ମଦ ଦୋକାନ ଉଦଘାଟନ ପୂର୍ବରୁ ଦୋକାନ ତାଲା ଭାଙ୍ଗି ନେଇଗଲେ ପେଟି ପେଟି ମଦ। ଏଭଳି ରୋଚକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ କଣ୍ଟିଗଡ଼ିଆ ମୌଜା ଗାନ୍ଧୀ ଛକରେ।

ସୂଚନା ଅନୁଯାୟୀ, ଏଠାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ ଖୋଲାଯିବାର ଥିଲା । କାଲି ମଦ ଦୋକାନ ବିଧିବଧ ଭାବେ ଖୋଲାଯାଇଥାନ୍ତା । କିନ୍ତୁ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରି ଆସୁଥିଲେ। ଆଜି ଲୋକେ ମଦ ଦୋକାନ ଭିତରକୁ ପଶି ଘର ତାଲା ଭାଙ୍ଗି ସେଠାରେ ଥିବା ପେଟି ପେଟି ମଦ ବୋହି ନେଇଥିଲେ।

ଯିଏ ଯେତେ ପାରିଲା ମଦ ବୋହି ନେଲା। ଏପରିକି ସେଠାରେ ଲାଗିଥିବା ସିସି କ୍ୟାମେରାକୁ ଭାଙ୍ଗିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । ପୋଲିସ ପହଞ୍ଚିବା ବେଳକୁ ମଦଦୋକାନ ଭିତରୁ ସମସ୍ତ ମଦ ସଫା କରିଦେଇଥିଲେ ଲୋକେ। ପୋଲିସ ସେଠାରେ ଥିବା କିଛି ଲୋକଙ୍କୁ କାବୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.