
ଭୁବନେଶ୍ବର: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲା । ଆଜି ସୌମ୍ୟଙ୍କ ବାପା ଦୁଶାସନ ସ୍ୱାଇଁଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା ପରେ ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଫୋନକୁ କ୍ରାଇମବ୍ରାଞ୍ଚରେ ଦାଖଲ କଲେ ସୌମ୍ୟଙ୍କ ବାପା । ତେବେ ଏହି ଫୋନରେ ଏଡିଜି ଦୟାଲ ଗଙ୍ଗୱାରଙ୍କ ସହ ସୌମ୍ୟଙ୍କ ମେସେଜ ଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ।
ମୋବାଇଲରେ ସୌମ୍ୟ ଏବଂ ନିଲମ୍ବିତ ଏଡିଜି ଦୟାଲ ଗଙ୍ଗୱାରଙ୍କୁ କରିଥିବା ମେସେଜ୍କୁ କ୍ରାଇମବ୍ରାଞ୍ଚ ଗୁରୁତ୍ବର ସହ ନେଇ ତନାଘନା ଆରମ୍ଭ କରିଛି । ସୌମ୍ୟ ଯେଉଁଦିନ ଭିଡ଼ ହିଂସାର ଶିକାର ହୋଇଥିଲେ ସେହିଦିନ ସକାଳେ ସେ ନିଲମ୍ବିତ ଆଇପିଏସ୍ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ମେସେଜ କରିଥିଲେ । ମୋତେ କ୍ଷମା କରିଦେବ । ଆଉ ଏପରି ଭୁଲ କେବେ ହେବ ନାହିଁ ବୋଲି ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ମେସେଜ ପଠାଇଥିଲେ ସୌମ୍ୟ ।
ତେବେ ଦୁଇ ଝିଅଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବା ପାଇଁ ଦାବି କରିବା ସହ ସୌମ୍ୟ ମୃତ୍ୟୁ ମାମଲାରେ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି ସୌମ୍ୟଙ୍କ ବାପା ଦୁଶାସନ ସ୍ୱାଇଁ ।
