ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାରେ ମା’ ଝିଅ

add-all

ଭୁବନେଶ୍ବର : ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ, ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାରେ ମା’ ଝିଅ ।  ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ ଓ ତାଙ୍କ ଝିଅ ଅର୍ଚ୍ଚତା ଷଡ଼ଙ୍ଗୀ। ଉଭୟଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସରଗରମ ଆଲୋଚନା। ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ତାଙ୍କ ସମର୍ଥନରେ Xରେ ପୋଷ୍ଟ କରିଥିଲେ ମା ଅପରାଜିତା। କିଛି ସମୟ ପରେ ଛାତ୍ରଙ୍କ ସମର୍ଥନରେ ପୋଷ୍ଟ କରିଥିଲେ ଅର୍ଚ୍ଚିତା। ଉଭୟଙ୍କ ଭିନ୍ନ ସ୍ବରକୁ ନେଇ ଭିନ୍ନ ଭିନ୍ନ ମତ ବି ସାମ୍ନାକୁ ଆସୁଛି। କେହି କେହି ଏହାର ରାଜନୈତିକ ଅର୍ଥ ଭେଦିବାକୁ ଉଦ୍ୟମ କରୁଛନ୍ତି।

ମା’ ଧର୍ମେନ୍ଦ୍ରଙ୍କ ସହ, ଝିଅ ଛାତ୍ରଙ୍କ ସହ! ।  ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ମା’ ଝିଅଙ୍କ ଭିନ୍ନ ମତ ।  ମା’ ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ଝିଅ ଅର୍ଚ୍ଚିତାଙ୍କ ଭିନ୍ନ ସ୍ବର ।  ଭାଇରାଲ ହେଉଛି ଅର୍ଚ୍ଚିତାଙ୍କ ସୋସିଆଲ ମିଡିଆ ପୋଷ୍ଟ।  ଅପରାଜିତା କହିଲେ, ମୁଁ ଧର୍ମେନ୍ଦ୍ରଙ୍କ ସହ ଅଛି ।  ଝିଅ ଅର୍ଚ୍ଚିତା କହିଲେ, ମୁଁ ଛାତ୍ରଛାତ୍ରୀଙ୍କ ସହ ।  ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ଓଡ଼ିଶାରେ ରାଜନୈତିକ ଚର୍ଚ୍ଚା ଘମାସାନ ଥିବା ବେଳେ ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ତାଙ୍କ ଝିଅ ଅର୍ଚ୍ଚିତା ଷଡ଼ଙ୍ଗୀଙ୍କ ଦୁଇଟି ଭିନ୍ନ ସୋସିଆଲ ମିଡିଆ ପୋଷ୍ଟ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।  NEET ପେପର୍ ଲିକ୍ ଓ ପରୀକ୍ଷା ପରିଚାଳନାରେ ଅନିୟମିତତାକୁ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ଅପରାଜିତା ଷଡ଼ଙ୍ଗୀ Xରେ ତାଙ୍କ ସମର୍ଥନରେ ପୋଷ୍ଟ କରିଥିଲେ ।  ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବା ପାଇଁ ବହୁ ସାହସ ଦରକାର ବୋଲି ଉଲ୍ଲେଖ କରିଥିଲେ ।  ଏହି କଠିନ ସମୟରେ ସେ ଧର୍ମେନ୍ଦ୍ରଙ୍କ ସହ ରହିଛନ୍ତି ବୋଲି କହିଥିଲେ ।  ଧର୍ମେନ୍ଦ୍ରଙ୍କ ଆଗାମୀ ଦିନ ପାଇଁ ଶୁଭକାମନା ଜଣାଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଥିଲେ ।

କିଛି ଘଣ୍ଟା ପରେ ଅପରାଜିତାଙ୍କ ଝିଅ ଅର୍ଚ୍ଚିତା ଷଡ଼ଙ୍ଗୀଙ୍କ ଏକ ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଜଣେ ସୋସିଆଲ ମିଡିଆ ୟୁଜରଙ୍କୁ ଉତ୍ତର ଦେଇ ଅର୍ଚ୍ଚିତା ସ୍ପଷ୍ଟ କରିଥିଲେ ଯେ, ବିଜେପି ଓ ତାଙ୍କ ସହ ସମ୍ପର୍କିତ ବ୍ୟକ୍ତିମାନଙ୍କ ରାଜନୈତିକ ଅବସ୍ଥାନ ଗୋଟିଏ କଥା। କିନ୍ତୁ ବ୍ୟକ୍ତିଗତ ଭାବେ ସେ ଛାତ୍ରଛାତ୍ରୀଙ୍କ ସହ ଅଛନ୍ତି। ଏହା ଏକ ଗଣତନ୍ତ୍ର। ଆମେ, ଜନସାଧାରଣ କ୍ଷମତାରେ ଯିଏ ଥାଆନ୍ତୁ ନା କାହିଁକି, ତାଙ୍କଠାରୁ ଉତ୍ତରଦାୟିତ୍ୱ ଦାବି କରିପାରିବା ବୋଲି ଅର୍ଚ୍ଚିତା ନିଜ ପୋଷ୍ଟରେ କହିଛନ୍ତି। ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, କୌଣସି ରାଜନୈତିକ ଦଳ ପ୍ରତି ସେ ନିଜର ସମର୍ଥନ ଘୋଷଣା କରିନାହାନ୍ତି କିମ୍ବା ନିଜକୁ ମା’ଙ୍କ ମୁଖପାତ୍ର ଭାବେ ଉପସ୍ଥାପନ କରିନାହାନ୍ତି। ଜଣେ ସାଧାରଣ ନାଗରିକ ଭାବେ ଏକ ନ୍ୟାୟସଙ୍ଗତ ପ୍ରସଙ୍ଗରେ ସେ ନିଜ ମତ ରଖିଥିବା କହିଛନ୍ତି।

ମା’ ଅପରାଜିତାଙ୍କ ପକ୍ଷରୁ ଧର୍ମେନ୍ଦ୍ରଙ୍କ ପ୍ରତି ସମର୍ଥନ ଏବଂ ଝିଅ ଅର୍ଚ୍ଚିତାଙ୍କ ପକ୍ଷରୁ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ପ୍ରତି ସମର୍ଥନ – ଦୁଇ ଜଣଙ୍କ ଏହି ଦୁଇ ଭିନ୍ନ ସ୍କ୍ରିନ୍ ସଟ୍ ଏବେ ସୋସିଆଲ ମିଡିଆରେ ଜୋରସୋର ସେୟାର ହେଉଛି। ଏହାକୁ ନେଇ ଭିନ୍ନ ଭିନ୍ନ ମତ ମଧ୍ୟ ସାମ୍ନାକୁ ଆସିଛି। କେତେକ ଏହାକୁ ଜଣେ ଯୁବ ନାଗରିକଙ୍କ ସ୍ୱାଧୀନ ମତ ଭାବେ ଦେଖୁଥିବା ବେଳେ ଆଉ କେତେକ ଏହାର ରାଜନୈତିକ ଅର୍ଥକୁ ନେଇ ଆଲୋଚନା କରୁଛନ୍ତି। ଅର୍ଚ୍ଚିତା କିନ୍ତୁ ନିଜ ମତକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କ ମନ୍ତବ୍ୟ ମା’ କିମ୍ବା କୌଣସି ରାଜନୈତିକ ଦଳ ପକ୍ଷରୁ ନୁହେଁ ବୋଲି ସେ ଜଣାଇଛନ୍ତି। Gen Z ନେତୃତ୍ୱାଧୀନ ଛାତ୍ର ଆନ୍ଦୋଳନ ଓ ଏହା ପରେ ଧର୍ମେନ୍ଦ୍ରଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ମଧ୍ୟରେ ଏହି ମା’-ଝିଅଙ୍କ ଭିନ୍ନ ମତ ଏବେ ଓଡ଼ିଶାର ସୋସିଆଲ ମିଡିଆରେ ଆଉ ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ad-week
Leave A Reply

Your email address will not be published.