
ବ୍ରଜରାଜନଗର: ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ଅଙ୍କିତ ଘୋଷ ଆହତ । ବିଳମ୍ବିତ ରାତିରେ ବ୍ରଜରାଜନଗର ପୋଲିସ ଏହି ଏନକାଉଣ୍ଟର କରିଛି । ତାର ଡାହାଣ ପଟ ଗୋଡରେ ଗୁଳି ବାଜିଛି । ଆହତ ଅବସ୍ଥାରେ ପୋଲିସ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି । ଅଙ୍କିତ ନାଁରେ ୭ଟି ସଙ୍ଗୀନ ମାମଲା ରହିଛି ।
ସୂଚନା ଅନୁଯାୟୀ, ଇବ୍ ନଦୀ ଓ ପିଏମ ଘାଟ ଅଞ୍ଚଳରେ ଅଙ୍କିତ ଓ ତାଙ୍କ ସହଯୋଗୀମାନେ ବସି କୌଣସି ଅପରାଧିକ ଯୋଜନା କରୁଥିବା ଖବର ପାଇ ବ୍ରଜରାଜନଗର ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଅଙ୍କିତ ପ୍ରଥମେ ୫ ରାଉଣ୍ଡ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ମଧ୍ୟ ପାଲଟା ଜାବାବରେ ୪ ରାଉଣ୍ଡ ଗୁଳି ଚଳାଇଥିଲା ।
ତେବେ ଅଙ୍କିତ ଦେହରେ ଗୁଳି ବାଜିଥିବାବେଳେ, ତାର ଅନ୍ୟ ସହଯୋଗୀମାନେ ଅନ୍ଧାର ସୁଯୋଗ ନେଇ ଫେରାର ହୋଇଯାଇଛନ୍ତି । ପୋଲିସ ସେମାନଙ୍କୁ ଧରିବା ପାଇଁ ତଲାସି ଅଭିଯାନ ଜାରି ରଖିଛି ।
