ସ୍କୁଲରେ ୫ମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

add-all

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍‌ ଚନ୍ଦ୍ରଶେଖରପୁର ପଞ୍ଚାୟତର ସିଲିପୁଞ୍ଜି ସରକାରୀ ଆବାସିକ ବିଦ୍ୟାଳୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ତେବେ ଏଭଳି ଅଚାନକ ମୃତ୍ୟୁକୁ ନେଇ ପରିବାର ସଦସ୍ୟ ପ୍ରଶ୍ନଚିହ୍ନ ଲଗାଇଛନ୍ତି। 

ସୂଚନାନୁସାରେ, ବାଦାମପାହାଡ଼ ଥାନା ଅନ୍ତର୍ଗତ ପୋଖରିଆ ଗ୍ରାମର ଦାମୋଦର ବାନସିଂଙ୍କ ଝିଅ ଅଞ୍ଜଳି (୧୦)  ସିଲିପୁଞ୍ଜି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେ ଅନ୍ତେବାସରେ ରହି ପାଠ ପଢ଼ୁଥିଲେ। ରବିବାର ରାତିରେ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ନିକଟସ୍ଥ ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସ୍ବାସ୍ଥ୍ୟରେ କ୍ରମାଗତ ଅବନତି ଘଟିବାକୁ ତାଙ୍କୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ‌ଚିକିତ୍ସାଳୟକୁ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ଆଜି (ସୋମବାର) ପୂର୍ବାହ୍‌ଣରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ଅଞ୍ଜଳିଙ୍କ ପରିବାର ଲୋକ, ଚମ୍ପୁଆ ବ୍ଲକ୍‌ ମଙ୍ଗଳ ଅଧିକାରୀ ଓ ବାରିଆ ପୁଲିସ ପହଞ୍ଚି ଥିଲେ। ଅଞ୍ଜଳିଙ୍କ ମୃତ୍ୟୁ ଉପରେ ସନ୍ଦେହ ପ୍ରକଟ କରି ତଦନ୍ତ ନିମନ୍ତେ  ଅଞ୍ଜଳିଙ୍କ ପିତା ଦାମୋଦର ପୁଲିସକୁ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ହୋଷ୍ଟେଲ୍‌ କିମ୍ବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

ad-week
Leave A Reply

Your email address will not be published.