ଆକାଉଣ୍ଟ ଖାଲି କରିଦେଲେ ସାଇବର୍ ଲୁଟେରା, ଗ୍ୟାସ ବୁକିଂ ପାଇଁ ଡାଉନଲୋଡ୍ କରିଥିଲେ ଆପ୍

add-all

ଭୁବନେଶ୍ୱର : ଗ୍ୟାସ ବୁକିଂ ପାଇଁ ଡାଉନଲୋଡ୍ କରିଥିଲେ ଆପ୍ । ହେଲେ ଆପ୍ ଡାଉନଲୋଡ୍ କରିବା ମାତ୍ରେ ଖାଲି ହୋଇଗଲା ବ୍ୟାଙ୍କ ଆକାଉଣ୍ଟ । ହଜାରେ କି ଦୁଇ ହଜାର ନୁହେଁ । ପାଖାପାଖି ୨ ଲକ୍ଷ ୯୧ ହଜାର ଟଙ୍କା ଗାୟବ କରିଦେଲେ ସାଇବର୍ ଲୁଟେରା । ଭୁବନେଶ୍ବର ବାପୁଜୀନଗର ଅଞ୍ଚଳରୁ ଆସିଛି ଅଭିଯୋଗ ।  ଗ୍ୟାସ ବୁକ୍ କରିବା ପାଇଁ ସୋସିଆଲ୍ ସାଇଟ୍ ରୁ ଆପ୍ ଡାଉନଲୋଡ୍ କରିବା ପଡ଼ିବ ମହଙ୍ଗା  ।

ଏକଥା ଜାଣିନଥିଲେ ରାଜେଶ ବୋଷ ।  ଗ୍ୟାସ ବୁକିଂ ପାଇଁ ଅନଲାଇନ୍ ରେ ଆପ୍ ଖୋଜୁଥିବା ବେଳେ ଏକ ଆପ୍ ଡାଉନଲୋଡ୍ କରିଥିଲେ ।  ହେଲେ ଆପ୍ ଡାଉନଲୋଡ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ଟଙ୍କା କଟିବାକୁ ଲାଗିଥିଲା ।  ମେ ୧୮ ତାରିଖରେ ତାଙ୍କ ଆକାଉଣ୍ଟରୁ ପାଖାପାଖି ୨ ଲକ୍ଷ ୯୧ ହଜାର ଟଙ୍କା ଗାୟବ ହେବା ପରେ ଘଟଣା ସମ୍ପର୍କରେ ଜାଣିଥିଲେ ରାଜେଶ । ଏନେଇ ସାଇବର୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସେ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଆସାମର ଏକ ଏଟିଏମ୍ ରୁ ଟଙ୍କା ଉଠାଇ ନେଇଛନ୍ତି ସାଇବର୍ ଲୁଟେରା । ଏବେ ଠକେଇର ତଦନ୍ତ କରୁଛି ସାଇବର୍ ଥାନା ପୋଲିସ ।

ad-week
Leave A Reply

Your email address will not be published.