E20 ନୀତିକୁ ନେଇ ମିଥ୍ୟା ପ୍ରଚାର, ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ନୀତିନ ଗଡକରୀ

add-all

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ E20 ଇଥାନଲ୍ ମିଶ୍ରଣ ନୀତିକୁ ନେଇ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା କଥିତ AI ଡିପ୍ ଫେକ୍ ଭିଡିଓ ଏବଂ ଭ୍ରମକ ପୋଷ୍ଟ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନି ମାମଲା ଦାୟର କରିଛନ୍ତି । ବମ୍ବେ ହାଇକୋର୍ଟ ଆବେଦନକୁ ଗ୍ରହଣ କରିବା ସହ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ପାଇଁ ଦାବି ଉପରେ ଶୁଣାଣି ପାଇଁ ମାମଲାକୁ ତାଲିକାଭୁକ୍ତ କରିଛନ୍ତି । ଏହି ଆବେଦନରେ ମେଟା  ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଏକ୍ସ ସମେତ ଅନେକ ପକ୍ଷଙ୍କୁ ପ୍ରତିବାଦୀ ଭାବରେ ନାମିତ କରାଯାଇଛି ।

ଗଡକରୀ ଏବଂ ତାଙ୍କ ପରିବାର E20 ନୀତିରୁ ବ୍ୟକ୍ତିଗତ ଭାବରେ ଲାଭବାନ ହୋଇଥିବା ସୋସିଆଲ ମିଡିଆରେ ମିଥ୍ୟା ଦାବି କରାଯାଉଥିବାବେଳେ ଗଡକରୀ ଏହି ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମାନହାନିଜନକ ବୋଲି କହିଛନ୍ତି । ଏଥିସହ ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ସଡ଼କ ପରିବହନ ମନ୍ତ୍ରଣାଳୟ ଅଧୀନରେ ନୁହେଁ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ସେ କହିଛନ୍ତି  ।

ଅନ୍ୟପଟେ ଡିପ୍ ଫେକ୍ ଭିଡିଓ ଏବଂ ଭ୍ରାମକ ପୋଷ୍ଟଗୁଡ଼ିକୁ ହଟାଇବା, ସେଗୁଡ଼ିକର ପ୍ରସାରଣ ବନ୍ଦ କରିବା ଏବଂ ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗଡକରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

ad-week
Leave A Reply

Your email address will not be published.