ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟାଇଥିଲା ମେଟା, କ୍ଷମା ମାଗି ପୁଣି ରିଷ୍ଟୋର କଲା

add-all

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପେପର ଲିକ୍ ପ୍ରସଙ୍ଗରେ ଦେଶର ଯୁବଶକ୍ତିକୁ ସମ୍ବୋଧିତ କରି ଏକ ସେଲଫି ଭିଡିଓ ପୋଷ୍ଟ କରିଥିଲେ । ଯାହା ରେକର୍ଡ କରିଥିଲା । ଏହି ଭିଡିଓକୁ ମେଟା ଫେସବୁକରୁ ହଟାଇ ଏବେ ଭୁଲ୍ ମାଗିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଏକ ଭିଡିଓ କିଛି ସମୟ ପାଇଁ ଭାରତରେ ଉପଲବ୍ଧ ନ ଥିବା ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଲା ମେଟା ।
ମେଟା ପକ୍ଷରୁ କୁହାଯାଇଛି, ବୈଷୟିକ ତ୍ରୁଟି ଯୋଗୁଁ ଭୁଲ୍ବଶତଃ ଏହି ଭିଡିଓଟି ହଟିଯାଇଥିଲା, ଯାହାକୁ ଏବେ ରିଷ୍ଟୋର କରାଯାଇସାରିଛି ।ଭିଡିଓଟି ଭୁଲବଶତଃ ହଟିଯାଇଥିଲା ଏବଂ ପରେ ତାହାକୁ ପୁନଃ ସକ୍ରିୟ କରାଯାଇଥିଲା କହିଛି ମେଟା ।

ଆଜି କିଛି ସମୟ ପାଇଁ ଭାରତୀୟ ୟୁଜର୍ସ ଭିଡିଓଟି ଖୋଲିବା ବେଳେ ଆଇନଗତ ଅନୁରୋଧ ଯୋଗୁଁ ଏହି ମିଡିଆ ଆପଣଙ୍କ ଅଞ୍ଚଳରେ ଉପଲବ୍ଧ ନାହିଁ ବୋଲି ବାର୍ତ୍ତା ଦେଖିଥିଲେ । ତେବେ କେଉଁ ସଂସ୍ଥା କିମ୍ବା କେଉଁ ଆଇନ ଅନୁସାରେ ଏପରି ଅନୁରୋଧ ଆସିଥିଲା, ସେନେଇ କୌଣସି ସୂଚନା ଦିଆଯାଇନଥିଲା । ଅନ୍ୟପଟେ କେନ୍ଦ୍ରୀୟ ଆଇଟି ମନ୍ତ୍ରାଳୟ ମଧ୍ୟ ସ୍ପଷ୍ଟ କରିଛି ଯେ, ସରକାର ପକ୍ଷରୁ ଭିଡିଓକୁ ବ୍ଲକ୍ କରିବାକୁ କୌଣସି ନିର୍ଦ୍ଦେଶ ଦିଆଯାଇନଥିଲା। ଏହା ମେଟା ପ୍ଲାଟଫର୍ମର ଏକ ଅସ୍ଥାୟୀ ପ୍ରାଯୁକ୍ତିକ ତ୍ରୁଟି ଥିଲା।

ଏହି ଭିଡିଓଟି ଜୁଲାଇ ୨୩ ରାତିରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଥିଲେ । ଛାତ୍ର ଆନ୍ଦୋଳନ ଓ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ସେ ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ସେଲ୍ଫି ଶୈଳୀରେ ବାର୍ତ୍ତା ଦେଇ କଠୋର ଆଇନ, ଫାଷ୍ଟ-ଟ୍ରାକ୍ କୋର୍ଟ ଏବଂ ପରୀକ୍ଷା ସଂସ୍କାର ସମ୍ପର୍କରେ ଘୋଷଣା କରିଥିଲେ । ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସରକାର ଏହାକୁ ଗୁରୁତ୍ବ ସହ ନେଇଥିବା ଏବଂ ମେଟାର ଅଧିକାରୀମାନଙ୍କୁ ଆଲୋଚନା ପାଇଁ ଡାକିପାରନ୍ତି ବୋଲି ସୂଚନା ମିଳିଛି ।

ad-week
Leave A Reply

Your email address will not be published.