ବନ୍ୟା ମୁକାବିଲା ପାଇଁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଅଗ୍ନିଶମ ବିଭାଗର ୬୦ ଟିମ୍ ନିୟୋଜିତ

add-all

ଭୁବନେଶ୍ୱର : ରାଜ୍ୟର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୬୦ଟି ସ୍ୱତନ୍ତ୍ର ଟିମ୍‌କୁ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଏହି ଟିମ୍‌ଗୁଡ଼ିକ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ।

ସେ କହିଛନ୍ତି, ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୨୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେହିପରି ଜଳବନ୍ଦୀ ହୋଇଥିବା ମେଡିକାଲ, ବ୍ଲକ କାର୍ଯ୍ୟାଳୟ ସମେତ ୪୫ଟି ସ୍ଥାନରୁ ପାଣି ନିଷ୍କାସନ କରାଯାଇ ସାଧାରଣ ଜନଜୀବନ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଇଛି।ତେବେ ଉଦ୍ଧାର କାର୍ଯ୍ୟ ମଧ୍ୟରେ ଏକ ଦୁଃଖଦ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଡ୍ୟୁଟି ବେଳେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ କର୍ମଚାରୀଙ୍କ ଘର ଅନୁଗୋଳ ଜିଲ୍ଲାର ତାଳଚେର ଅଞ୍ଚଳରେ ବୋଲି ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.