ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ସୁରକ୍ଷା ସଂଶୋଧନ ବିଲ୍ ପାରିତ; ଅପମାନ କଲେ କଠୋର ଦଣ୍ଡବିଧାନ

add-all

ନୂଆଦିଲ୍ଲୀ:’ବନ୍ଦେ ମାତରମ୍’କୁ ମିଳିବ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ଆଇନଗତ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଆଗତ ‘ପ୍ରିଭେନ୍ସନ ଅଫ୍ ଇନସଲ୍ଟ୍ସ ଟୁ ନ୍ୟାସନାଲ୍ ଅନର୍ (ସଂଶୋଧନ) ବିଲ୍–୨୦୨୬’ ବୁଧବାର ରାଜ୍ୟସଭାରେ ପାରିତ ହୋଇଛି।ବିଲ୍ ପାସ୍ ହେବା ପରେ ‘ବନ୍ଦେ ମାତରମ୍’ର ଅପମାନ କଲେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିବ।

ବିଲ୍‌ ଉପରେ ଆଲୋଚନାର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ,ଏହି ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ବରଂ ଦେଶର ସାଂସ୍କୃତିକ ଐତିହ୍ୟ, ସ୍ୱାଧୀନତା ସଂଗ୍ରାମର ଆଦର୍ଶ ଓ ଜାତୀୟ ସମ୍ମାନ ପ୍ରତି ଭାରତର ପ୍ରତିବଦ୍ଧତାର ପ୍ରତୀକ। ସେ କହିଥିଲେ, ନୂତନ ବ୍ୟବସ୍ଥା ଅନୁଯାୟୀ ‘ବନ୍ଦେ ମାତରମ୍’କୁ ଜାଣିଶୁଣି ଅପମାନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସର୍ବାଧିକ ତିନି ବର୍ଷର କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିବ।

ad-week
Leave A Reply

Your email address will not be published.