ରାମ ମନ୍ଦିରର ନୂଆ ସଚିବ ଦାୟିତ୍ବ ନେବେ ଜଗଦୀଶ ଆଫଲେ

add-all

ଅଯୋଧ୍ୟା : ରାମ ମନ୍ଦିର ପ୍ରଶାସନକୁ ନେଇ ବଡ଼ ପରିବର୍ତ୍ତନ କରାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଅର୍ଥ ଆତ୍ମସାତ ଅଭିଯୋଗ ହେବା ପରେ ପ୍ରଶାସନିକ ପୁନଃର୍ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଟ୍ରଷ୍ଟ ଦୈନିକ ପ୍ରଶାସନ ଦାୟିତ୍ବ ସମ୍ଭାଳିବା ପାଇଁ ଜଗଦୀଶ ଆଫଲେଙ୍କ ନାମ ସାମ୍ନାକୁ ଆସିଛି । ଏବେ ଜଗଦୀଶ ଆଫେଲ ରାମ ମନ୍ଦିର ନିର୍ମାଣ ପରିଯୋଜନା ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଛନ୍ତି ।

ଜଗଦୀଶ ଆଫଲେ ନିଜ ରିପୋର୍ଟ ଅନ୍ତରୀମ ମହାସଚିବ କୃଷ୍ଣ ମୋହନଙ୍କୁ ପ୍ରଦାନ କରିବେ । ଟ୍ରଷ୍ଟ ପ୍ରସ୍ତାବିତ ସିଇଓକୁ ନେଇ କିଛିଦିନରୁ ଚାଲିଥିବା ଚର୍ଚ୍ଚା ମଧ୍ୟରେ କୌଣସି ସନ୍ଥଙ୍କୁ ସିଇଓ କରାଯାଉ ବୋଲି କୁହାଯାଉଥିଲା । ଏହା ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯାଇଛି କି, ଟ୍ରଷ୍ଟ ପ୍ରସ୍ତାବିତ ସିଇଓ ମଧ୍ୟ ପଦାଧିକାରୀ ହେବେ କିନ୍ତୁ ତାଙ୍କୁ ଟ୍ରଷ୍ଟର ସଦସ୍ୟ କରାଯିବ ନାହିଁ । ଜଗଦୀଶ ଆଫଲେଙ୍କ ନାଁକୁ ନେଇ ଶେଷ ମୋହର ସେପ୍ଟେମ୍ବରରେ ଟ୍ରଷ୍ଟର କାର୍ଯ୍ୟକାରୀ ସମିତି ନେବ ।

ଜଗଦୀଶ ଆଫଲେ ଦୀର୍ଘ ସମୟ ଧରି ଆରଏସଏସ୍ ସହିତ ଜଡିତ ଥିଲେ । ଆଇଆଇଟି ବମ୍ବେରେ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ଏମ ଟେକ୍ କରିଥିଲେ । ଭାରତ ଏବଂ ବିଦେଶରେ ଥିବା ଅନେକ କମ୍ପାନୀରେ କାମ କରିଛନ୍ତି । ନିଜ କାମରୁ ସେବା ନିବୃତ୍ତ ହେବା ପରେ ଆଫଲେ ରାମ ମନ୍ଦିର ନିର୍ମାଣ ପରିଯୋଜନାରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଛନ୍ତି । ଏବେ ଆଫଲେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି ।

ସୂଚନାଯୋଗ୍ୟ, ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ମାମଲାରେ ଏସଆଇଟି ଯାଞ୍ଚ କରୁଛି । ଏଫଆଇଆର ମଧ୍ୟ ଦାୟର କରାଯାଇଛି । ମାମଲାରେ ୮ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ବିବାଦ ପରେ ତତ୍କାଳ ମହାସଚିତ ଚମ୍ପତ ରାୟ ଏବଂ ଅନୀଲ ମିଶ୍ରା ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ad-week
Leave A Reply

Your email address will not be published.