ମୀନାକ୍ଷୀ ମନ୍ଦିର ଜମି ଆତ୍ମସାତ ଅଭିଯୋଗରେ ୧୯ ଜଣଙ୍କ ବିରୋଧରେ ମାମଲା

ମଦୁରାଇ: ତାମିଲନାଡୁର ମଦୁରାଇସ୍ଥିତ ପ୍ରସିଦ୍ଧ ମୀନାକ୍ଷୀ ମନ୍ଦିରର ମୂଲ୍ୟବାନ ଜମିକୁ ଜାଲିଆତି ମାଧ୍ୟମରେ ହସ୍ତାନ୍ତର କରାଯାଇଥିବା ଅଭିଯୋଗ ଆସିଛି। ଏହି ଘଟଣାରେ ମଦୁରାଇ ସିଟି ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁସାରେ, ମନ୍ଦିର ଟ୍ରଷ୍ଟ ସହ ଜଡ଼ିତ ପ୍ରାୟ ୧.୭୯ ଏକର ଜମି, ଯାହାର ମୂଲ୍ୟ ପ୍ରାୟ ୬୦ କୋଟି ଟଙ୍କା ହେବ ତାହାକୁ ଜାଲ୍ କାଗଜପତ୍ର, ପଟ୍ଟା ପରିବର୍ତ୍ତନ ମାଧ୍ୟମରେ ଆତ୍ମସାତ୍‌ କରିବାକୁ ଷଡ଼ଯନ୍ତ୍ର ହୋଇଥିଲା।
ପୁରୁଣା କାଗଜପତ୍ର ଅନୁସାରେ ଜମିକୁ ଭଡ଼ା ସୂତ୍ରରେ ଦିଆଯାଇ ପାରିବ; କିନ୍ତୁ ତାହାକୁ ବିକ୍ରି, ବନ୍ଧକ କିମ୍ବା ମାଲିକାନା ହସ୍ତାନ୍ତର କରାଯାଇ ପାରିବ ନାହିଁ। ତେବେ ପରିବର୍ତ୍ତୀ ସମୟରେ ରେଭେନ୍ୟୁ ରେକର୍ଡରେ ପରିବର୍ତ୍ତନ କରି ଜମିକୁ ଅନ୍ୟମାନଙ୍କ ନାମରେ କରାଯାଇଥିବା ଅଭିଯୋଗ ରହିଛି। ମାମଲାରେ ପୂର୍ବତନ ରେଭେନ୍ୟୁ ଅଧିକାରୀ, ସବ୍-ରେଜିଷ୍ଟ୍ରାର୍ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ନାମ ସାମିଲ ରହିଛି।

ad-week
Leave A Reply

Your email address will not be published.