
ଜୟପୁର : ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରା ମାଡ ଅଭିଯୋଗ । ଚିକିତ୍ସାଧିନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜୟପୁର OHPC ଯୋଜନା ଉଚ୍ଚ ବିଦ୍ୟାଳୟରେ ହୋଇଛି ଛୁରାମାଡ଼ । ମଧ୍ୟାହ୍ନ ଭୋଜନ ଛୁଟି ବେଳେ ସ୍କୁଲ ବାହାରେ ଜଣେ ଅଣ ଛାତ୍ର ଓ ସ୍କୁଲରେ ପଢ଼ୁଥିବା ଛାତ୍ରଙ୍କ ଭିତରେ କୌଣସି କାରଣରୁ ବଚସା ହୋଇଥିଲା । ଏହାପରେ ଅଣ ଛାତ୍ର ଜଣଙ୍କ ସ୍କୁଲ ଛାତ୍ରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବାର ସୂଚନା ମିଳିଛି । ଆହତ ଛାତ୍ରଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
