ଭୁଶୁଡ଼ିଲା ୪ ମହଲା କୋଠା : ୯ ମୃତ, ଫସି ରହିଛନ୍ତି ଅନେକ ଲୋକ

add-all

ମୁମ୍ବାଇ : ମୁମ୍ବାଇର ଭିୱାଣ୍ଡିରେ ଏକ ଚାରି ମହଲା ବିଶିଷ୍ଟ ଆବାସିକ କୋଠା ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣା ସମ୍ପର୍କରେ ଖବର ପାଇ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

ସୂଚନାନୁଯାୟୀ, ଗୁରୁବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ପାୱାରଲୁମ୍ ସହରର ବାଲାଜୀ ନଗର ଅଞ୍ଚଳରେ ଥିବା କୋହିନୂର କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା । ଚାରି ମହଲା ପୁରୁଣା କୋଠାର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଫଳରେ ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ସୂଚନା ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ ଏବଂ NDRF ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । NDRF ଦଳ ଜଣେ ମହିଳାଙ୍କୁ ସୁରକ୍ଷିତ ଭାବରେ ଭଗ୍ନାବଶେଷ ମଧ୍ୟରୁ ବାହାର କରି ହସ୍ପିଟାଲ ପଠାଇଛନ୍ତି । ଅନ୍ୟମାନଙ୍କୁ ଖୋଜାଖୋଜି ଜାରି ରହିଛି ।

ad-week
Leave A Reply

Your email address will not be published.