ସରକାରଙ୍କ ପକ୍ଷରୁ ଲିଜ ଦେବାରେ ଅବହେଳା ଯୋଗୁଁ ରାଜସ୍ୱ ଓ ଖଣି ବିଭାଗର ପୁଷ ମାସ….!

add-all

ଜିଲ୍ଲାରେ ମାଳ ମାଳ କ୍ରସର ଚାଲିଛି ଖଣି ବିଭାଗ ର ଆଶ୍ରିବାଦ ରେ..

ମାଲାମାଲ ହେଉଛନ୍ତି, ମାଫିଆ ଓ ବାବୁ ମାନେ ….!
ବ୍ରହ୍ମପୁର: ନୂତନ ସରକାର ଆସିବାର ଦୁଇ ବର୍ଷରୁ ଅଧିକ ହେଲାଣି ବାଲି ଓ ପଥର ଖାଦାନ ଗୁଡିକର ଲିଜ ହୋଇନାହିଁ। ଗଞ୍ଜାମ ଜିଲ୍ଲାରେ ଥିବା ବିଭିନ୍ନ ପଥର ଖାଦାନ ଓ ବାଲି ଘାଟ ଗୁଡିକର ଲିଜ ହୋଇନାହିଁ। ଲିଜ ହୋଇନଥିବାର ସୁଯୋଗ ପ୍ରଶାସନ ନେଉଛି। ରାଜସ୍ୱ ଓ ଖଣି ବିଭାଗର କିଛି ଅଧିକାରୀ ଓ କର୍ମଚାରୀ ମାନଙ୍କ ପାଖକୁ ମାଫିଆ ମାନଙ୍କ ପକ୍ଷରୁ ସିଂହ ଭାଗ ଯାଉଥିବା ଚର୍ଚ୍ଚା ହେଉଛି। ପ୍ରଶାସନ କୁ ହାତବାରିଷି କରି ମୋରମ, ବାଲି ଓ ପଥର ମାଫିଆ ମାନେ ସରକାର ଖଜଣା ଲୁଟୁଛନ୍ତି। ସରକାରଙ୍କ ରାଜସ୍ବ ବାବଦକୁ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହେଉଥିବା ବେଳେ ବାବୁ ଓ ମାଫିଆ ମାନେ ମାଲା ମାଲ ହେଉଥିବା ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାରେ ଆଗାମୀ ଦିନରେ ମୋରମ ଓ ପଥର ଦେଖିବା କୁ ମିଳିବ ନାହିଁ ବୋଲି ପରିବେଶ ବିତ୍ତ ମାନେ ମତ ପ୍ରକାଶ କରିଛନ୍ତି। ସୂଚନା ଥାଉକି ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ଛତୁ ଫୁଟିବା ଭଳି କ୍ରସର ୟୁନିଟ ଖୋଲୁଛି ଯାହାକି ସରକାରୀ ନୀତି ନିଉମ ର ସମ୍ପୂର୍ଣ ଖିଲାବ ତଥାପି ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ ଏଠାରୁ ଠିକ ବାରି ହେଉଛି ଦୁର୍ନୀତି ର ଗନ୍ଧ l ଖଣି ବିଭାଗ ବାବୁ ମାନେ ଜଣେ ଜଣେ କୁବେର ପାଲଟି ଗଲେଣି ରାଜା ମହାରାଜା ପରି ବିଳାସପୁର୍ଣ ଜୀବନ ବିତାଉଛନ୍ତି ପୂର୍ବ ଗ୍ରାଫ କୁ ଦେଖିଲେ ପୂର୍ବରୁ କିଛିଟା ଲଗାମ ଥିଲା ପୋଲିସ ହେଇ କିମ୍ବା ରାଜସ୍ବ ବିଭାଗ ଚଢ଼ାଉ କରୁଥିବା ନଜିର ରହିଛି କିନ୍ତୁ ବର୍ତ୍ତମାନ ଠିକ ଓଲଟା ଯେମିତି ଖଣି ବିଭାଗ ବର୍ତ୍ତମାନ ସରକାର ଙ୍କ ଏଜେଣ୍ଟ ଭଳି କାମ କରୁଛନ୍ତି l ବର୍ଷା ଦିନ ପୂର୍ବରୁ ବାଲି ମାଫିଆ ମାନେ ବାଲି ମହଜୁଦ ରଖି ଅତି ଚଢା ଦରରେ ବିକ୍ରୀ କରୁଛନ୍ତି ପୋଲିସ ଠାରୁ ଆରମ୍ଭ କରି ଖଣି ବିଭାଗ ଏମାନଙ୍କ ଗୋଲାମ ପରି କାମ କରୁଛନ୍ତି ବୋଲି ଵି ଅଭିଯୋଗ ଆସିଲାଣି l ଗଞ୍ଜାମ ଜିଲ୍ଲାର କନିସି, ପୁରୁଷୋତ୍ତମପୁର, ଆସିକା, ଭଞ୍ଜନଗର, ଦିଗପହଣ୍ଡି ଅଞ୍ଚଳ ବର୍ତ୍ତମାନ ମାଫିଆ ମାନଙ୍କ ରାଜ ଚାଲିଛି l ଦିନକୁ ସହ ସହ ଗାଡି ସହର ଦେଇ ପଡୋଶୀ ରାଜ୍ୟ କୁ ଚୋରା ଚାଲାଣ ହେଉଛି ନଦୀରେ ପାଣି ନାହିଁ କିନ୍ତୁ ମାଫିଆ ମାନଙ୍କ ପାଖରେ ପାହାଡ଼ ଉଚ୍ଚ ର ବାଲି ବିଭିନ୍ନ ଜାଗାରେ ଗଛିତ ପ୍ରଶାସନ ସବୁ ଜାଣିବି ଅନ୍ଧ ଦେଖା ଯାଉ ପ୍ରଶାସନ ର ନିଦ କେବେ ଭାଙ୍ଗୁଛି…

ad-week
Leave A Reply

Your email address will not be published.