ମହାନଦୀରେ ଆଉ ବନ୍ୟା ସ୍ଥିତି ନାହିଁ, କମୁଛି ହୀରାକୁଦ ଜଳସ୍ତର

add-all

କଟକ : ମହାନଦୀରେ ଆଉ ବନ୍ୟା ସ୍ଥିତି ନାହିଁ। ଏଥିସହ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ। ଆସନ୍ତା ୪ ତାରିଖ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ୬୧୮ରୁ ୬୧୫ ଫୁଟ ରଖିବୁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଏବେ ୨୨ଟି ଗେଟ ଖୋଲାଯାଇଛି । ୩ ଲକ୍ଷ ୮୩ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଯେଉଁଥିପାଇଁ ଜଳସ୍ତର ସାମାନ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ମୁଣ୍ଡଳୀରେ ୬ ଲକ୍ଷ ୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ତଳିଆ ଅଞ୍ଚଳରେ ପାଣି କମିଛି । ଦୁଇ ତୃତୀୟାଂଶ ଜଳବନ୍ଦୀ ସ୍ଥିତି କମିଛି । ସେପଟେ ଭଦ୍ରକ ସାଳନ୍ଦୀରେ ବନ୍ୟା ପ୍ରକୋପ କମିଛି । ଜଳକାରେ ଜଳସ୍ତର ସମାନ ସ୍ଥିତିରେ ଅଛି । ଦିନେ ଦୁଇ ଦିନ ଭିତରେ ଜଳସ୍ତର କମିବ। ବୈତରଣୀ ସିଷ୍ଟମରେ ୬ଟି ଘାଇରୁ ୩ଟିରେ ଆଜି ମରାମତି କାମ ଆରମ୍ଭ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଆଉ ଗୋଟିଏ ଘାଇ ମରାମତି କାମ ଆରମ୍ଭ ହେବ ।

ଗତକାଲି ମୁଖ୍ୟମନ୍ତ୍ରୀ ବୈଠକ ନେଇଥିଲେ । ଆଉ ଗୋଟେ ବନ୍ୟା ଆସିବା ଆଗରୁ ଘାଇ ମରାମତି ସରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର ଜିଲ୍ଲାରେ ତିନୋଟି ଘାଇ କାମ ଆରମ୍ଭ ହୋଇଛି। ବାକି ସମସ୍ତ ଘାଇ କାମ ଆଜି ସନ୍ଧ୍ୟା ସୁଦ୍ଧା ହେବ। ବୈତରଣୀ ବେସିନରେ ହୋଇଥିବା ଘାଇ ଗୁଡିକ ଆସନ୍ତାକାଲି ଠାରୁ ପାଣି ଛାଡିବା ପରେ ମରାମତି ଆରମ୍ଭ ହେବ । ଜୁନରେ ୪୭% କମ ବର୍ଷା ହୋଇଥିଲା । ହେଲେ ଜୁଲାଇରେ ସ୍ୱାଭାବିକଠାରୁ ୩୮% ଅଧିକ ବର୍ଷା ହୋଇଥିଲା। ଯେଉଁଥି ପାଇଁ ବନ୍ୟା ହେଲା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସର୍ବାଧିକ ୮୫ ମିଲିମିଟର ବର୍ଷା ହୋଇଛି। ଆସନ୍ତା ଅଗଷ୍ଟ ୪ ପରେ IMDର ଆକଳନ ପରେ ହିଁ ବନ୍ୟା ନେଇ କିଛି କହି ହେବ।

ad-week
Leave A Reply

Your email address will not be published.