
ବିତମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସେକ୍ଟର-୧୯ ପୋଲିସ ଷ୍ଟେସନ ଏକ ଛିନତାଇ ମାମଲାର ସଫଳ ପର୍ଦ୍ଦାଫାଶ କରିଛି। ଜଣେ ମହିଳା ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ସମୟରେ ତିନି ଜଣ ମୋଟରସାଇକେଲ ଆରୋହୀ ଦୁର୍ବୃତ୍ତ ତାଙ୍କ ଭ୍ୟାନିଟି ବ୍ୟାଗ ଛଡ଼ାଇ ନେଇ ପଳାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ନିରନ୍ତର ପ୍ରୟାସ ବଳରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୫,୯୦୦ ଟଙ୍କା, ୮ଟି ମୋବାଇଲ ଫୋନ, ଗୋଟିଏ ହିରୋ ହୋଣ୍ଡା ଏଚଏଫ ଡିଲକ୍ସ ମୋଟରସାଇକେଲ, ଗୋଟିଏ ରୂପା ପାଉଁଜି, ଗୋଟିଏ ରୂପା ମୁଦ୍ରା ଏବଂ ଗୋଟିଏ ହାତଘଣ୍ଟା ଜବତ କରାଯାଇଛି।
