ଘୁଞ୍ଚିଲା ମଣିପୁର ବିଧାନସଭା ନିର୍ବାଚନ ତାରିଖ

add-all

ନୂଆଦିଲ୍ଲୀ: ମଣିପୁର ବିଧାନ ସଭା ନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ ସମୀକ୍ଷା କରି ପୁନଃ ତାରିଖ ଧାର୍ଯ୍ୟ କରିଛନ୍ତି। ପ୍ରଥମ ପାର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୨୭ ବଦଳରେ ଫେବୃଆରୀ ୨୮ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୩ ବଦଳରେ ମାର୍ଚ୍ଚ ୫ରେ ହେବ। ମାର୍ଚ୍ଚ ୧୦ରେ ଗଣିତି ହେବ। ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଇମ୍ଫାଲର ପୂର୍ବ ଜିଲ୍ଲା ହିଂଙ୍ଗଗଙ୍ଗ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୬୦ ଆସନ ବିଶିଷ୍ଟ ମଣିପୁରରେ ନିର୍ବଚନକୁ ନେଇ ପ୍ରଚାର ଜୋର ଧରିଛି।
ମଣିପୁରର ଭୌଗୋଳିକ ସ୍ଥିତି ସହିତ ଆତଙ୍କବାଦୀ ସଂଗଠନଗୁଡ଼ିକ ନିର୍ବାଚନ ଆୟୋଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ଏହା ବ୍ୟତୀତ ଲାଇସେନ୍ସପ୍ରାପ୍ତ ବନ୍ଧୁକ ମଧ୍ୟ ରାଜ୍ୟରେ ଏକ ବଡ଼ ଆହ୍ୱାନ ବୋଲି କୁହାଯାଉଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ରାଜେଶ ଅଗ୍ରୱାଲଙ୍କ କହିବାନୁସାରେ, ଜାନୁଆରୀ ୮ରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ରାଜ୍ୟରେ ୧୫,୨୪୦ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜମା କରାଯାଇଛି । ଏଥିପାଇଁ ପୁଲିସ-ପ୍ରଶାସନ ନିରନ୍ତର ଉଦ୍ୟମ ଜାରି ରଖିଛି । ସେହିପରି ଏଠାରେ ଉଗ୍ରବାଦୀ ଗୋଷ୍ଠୀ ନିର୍ବାଚନ ଆୟୋଜନ ପାଇଁ ପ୍ରମୁଖ ସମସ୍ୟାର କାରଣ ପାଲଟିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୧୫-୨୦ ବିଦ୍ରୋହୀ ଗୋଷ୍ଠୀ ସକ୍ରିୟ ଅଛନ୍ତି । ମଣିପୁରରେ ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଅଧିନିୟମ (ଏଫଏସପିଏ) କାର୍ଯ୍ୟକାରୀ ହେଉଛି । କିଛି ମାସ ପୂର୍ବେ ନାଗାଲାଣ୍ଡରେ ହୋଇଥିବା ଗୁଳିକାଣ୍ଡରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହା ପରେ ଉତ୍ତର-ପୂର୍ବରେ ଏହାର ଅପସାରଣ ନେଇ ଦାବି ତୀବ୍ର ହୋଇଛି । ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ ତେବେ ଅଧିକାଂଶ କ୍ଷେତ୍ରରେ ଏଫଏସପିଏ ହଟାଇବା ନେଇ କଂଗ୍ରେସ ପ୍ରତିଶ୍ରୁତି ଦେଇ ଆସୁଛି। ଏହାକୁ ନେଇ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏଭଳି ପରିସ୍ଥିତିରେ ନିର୍ବାଚନ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି।

ad-week
Leave A Reply

Your email address will not be published.