ଆସୁଛନ୍ତି ରାଷ୍ଟ୍ରପତି, ଆକ୍ସନ୍ ମୋଡ୍ ରେ କମିଶନରେଟ୍ ପୋଲିସ

add-all

ଭୁବନେଶ୍ୱର :ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଆକ୍ସନ୍ ମୋଡ୍ ରେ କମିଶନରେଟ୍ ପୋଲିସ। ଏୟାରପୋର୍ଟଠାରୁ ଆରମ୍ଭ ହୋଇଛି କାରକେଡ୍ ରିହର୍ସାଲ୍। ଅଗଷ୍ଟ ୩ରୁ ୫ ତାରିଖ ଯାଏଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ଭୁବନେଶ୍ୱର ଓ କଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏୟାରପୋର୍ଟରୁ ରେଳ ଷ୍ଟେସନ ଏବଂ ରାଷ୍ଟ୍ରପତିଙ୍କ ଗସ୍ତ ରୁଟ୍ ରେ ରହିବ ତ୍ରିସ୍ତରୀୟ ସୁରକ୍ଷା।

ରାଷ୍ଟ୍ରପତିଙ୍କ କାରକେଡ୍  ମୁଭମେଣ୍ଟ, ରୁଟ୍ କ୍ଲିୟରାନ୍ସ, ଟ୍ରାଫିକ୍ ମ୍ୟାନେଜମେଣ୍ଟ ଓ ଆପାତକାଳୀନ ପରିସ୍ଥିତିରେ ପୋଲିସର ପ୍ରତିକ୍ରିୟା ସବୁ ଦିଗକୁ ନେଇ ରିହର୍ସାଲ୍ କରାଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷାରେ ଯେପରି କୌଣସି ତ୍ରୁଟି ନରହେ, ସେଥିପାଇଁ ଫୁଲ୍ ପ୍ରୁଫ୍ ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ।

ad-week
Leave A Reply

Your email address will not be published.