ବେଆଇନ ନିଶା କାରବାର: ୪୫୩ ଇଞ୍ଜେକ୍ସନ୍ ଜବତ, ୪ ଗିରଫ

add-all

 କୋରାପୁଟ : କୋରାପୁଟରେ ନିଶା ରାକେଟ୍ ର ନୂଆ ଠିକଣା। ୪୫୩ ନିଶା ଇଞ୍ଜେକ୍ସନ୍ ଜବତ, ୪ ଜଣ ଗିରଫ। ସେମିଳିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। ଗେରୁଗୁଡ଼ା ସ୍ଥିତ ଭୈରବୀ ମନ୍ଦିର ନିକଟରେ ବେଆଇନ ଭାବେ ନିଶା ଇଞ୍ଜେକ୍ସନ୍ କାରବାର ଚାଲିଥିବା ସୂଚନା ପାଇ ଚଢ଼ାଉ କରିଥିଲା ପୋଲିସ। ଘଟଣାସ୍ଥଳରୁ ୪ ଜଣଙ୍କୁ କାବୁ କରିଥିଲା।

ଅଭିଯୁକ୍ତଙ୍କ ନିକଟରୁ ୪୫୩ଟି ନିଶା ଇଞ୍ଜେକ୍ସନ୍ ଆମ୍ପୁଲ୍ ଜବତ କରାଯାଇଛି। ସେଥିରେ ୩୦୨ଟି ପେଣ୍ଟାଜୋସିନ୍ ଓ ୧୫୧ଟି ଟ୍ରାମାଡୋଲ୍ ଇଞ୍ଜେକ୍ସନ୍ ରହିଛି। ଏହାସହ ଏକ ଟ୍ରାଇବର୍ କାର୍, ୪ଟି ମୋବାଇଲ୍ ଫୋନ୍ ଓ ୭ ହଜାର ୫୦୦ ଟଙ୍କା ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କ ବିରୋଧରେ ସେମିଳିଗୁଡ଼ା ଥାନାରେ ଏନ୍ ଡିପିଏସ୍ ଆଇନରେ ମାମଲା ରୁଜୁ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ନିଶା କାରବାରରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.