ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ଚାଲି ଚାଲି ଶ୍ରୀକ୍ଷେତ୍ର ଆସୁଛନ୍ତି ଦୁଇ ଶ୍ରଦ୍ଧାଳୁ

add-all

ବିନିକା :  ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ଚାଲି ଚାଲି ଶ୍ରୀକ୍ଷେତ୍ର ଆସିଲେ ଶ୍ରଦ୍ଧାଳୁ । ଯେତେ ସମୟ ଲାଗୁ, ଯେତେ ବାଧା ହେଉ, ଲକ୍ଷ୍ୟ ମହାପ୍ରଭୁଙ୍କ ଦର୍ଶନ କରିବା । କାଳିଆ ପ୍ରେମରେ ରାଜସ୍ଥାନରୁ ଚାଲି ଚାଲି ପୁରୀ ଯାଉଛନ୍ତି ଦୁଇ ଜଣ ଶ୍ରଦ୍ଧାଳୁ । ବଡ଼ଠାକୁର ସାରା ଜଗତର ନାଥ ସିଏ । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ସୁଦୁର ରାଜସ୍ଥାନରୁ ବାହାରିଛନ୍ତି ଦୁଇ ଶ୍ରଦ୍ଧାଳୁ।

ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ନିଆରା ମାର୍ଗ ଆପଣେଇଛନ୍ତି । ରାଜସ୍ଥାନ ପ୍ରତାପଗଡ଼ ଜିଲ୍ଲା ସାଲାମଗଡ ଗାଁର ରାଜୁ ଓ କାରୁଲାଲ କୁମାୱତ । ଏଯାଏ ଚାଲିଲେଣି ୧୬୦୦ କିଲୋମିଟର ବାଟ । ଆଜି ସୁବର୍ଣ୍ଣପୁର ରାମପୁର ପହଞ୍ଚିଛନ୍ତି । ବରପାଲି ରାମପୁର ବିନିକା ସୋନପୁର ଜଗନ୍ନାଥ ପଥଦେଇ ପୁରୀ ଯିବେ । ଜୁଲାଇ ୨ ତାରିଖରେ ଯାତ୍ରା ଆରମ୍ଭ କରିଥିଲେ । ପ୍ରତିଦିନ ୫୦ କିମି ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି ।

ad-week
Leave A Reply

Your email address will not be published.