ଛାତ୍ରାବାସରେ ନବମ ଶ୍ରେଣୀର ୨୭ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିଲେ ଜଣେ ଦଶମ ଛାତ୍ର

add-all

ରାୟଗଡା : ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ହଷ୍ଟେଲରେ ବର୍ବରତା ହୋଇଛି ସୀମା ପାର ।  ରାତି ଅଧରେ ହଷ୍ଟେଲ୍‌ ପରିସରରେ ହୋଇଛି ପ୍ରଜାକୋର୍ଟ । ଏଭଳି ଘଟଣା ରାୟଗଡା ଜିଲ୍ଲା ରିଭଲକୋଣା ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି । ଶିକ୍ଷକଙ୍କୁ ନିର୍ଯ୍ୟାତନା ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ଜଣେ 10ମ ଶ୍ରେଣୀର ଛାତ୍ର ନବମ ଶ୍ରେଣୀର 27 ଜଣ ଛାତ୍ରଙ୍କୁ ବାଡିରେ ନିସ୍ତୁକ ମାଡ ମାରିଛି ।

ଜଣେ ପରେ ଜଣେ ଛାତ୍ରକୁ  ନଡିଆ ବାହୁଙ୍ଗା ଓ କ୍ରିକେଟ୍ ବ୍ୟାଟ୍ ରେ ପିଟି ଚାଲିଥିବା ଦୃଶ୍ୟ ଦେଖିବାକୁ ମିଳିଛି ଭିଡିଓରେ ।   ପିଲାମାନଙ୍କ  ଶରୀରର ବିଭିନ୍ନ ସ୍ଥାନରେ ମାଡ ଚିହ୍ନ ଦେଖିବାକୁ ମିଳିଛି l  ବିଦ୍ୟାଳୟରେ ଦଶମ ଶ୍ରେଣୀର ଉକ୍ତ ଛାତ୍ର ଜଣଙ୍କ ଜୁନିୟର୍ ପିଲାମାନଙ୍କୁ ଡରାହରା କରୁଥିଲା । ତେବେ ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କରିବା ପରେ ଉକ୍ତ ଛାତ୍ର ରାଗରେ ରାତି 12ଟା ସମୟରେ ହଷ୍ଟେଲ ପିଲାଙ୍କୁ ମାଡ ମାରିଛି । ଅନେକ ଛାତ୍ର ଆହତ ହୋଇଥିବା ବେଳେ ସଂପୃକ୍ତ ଛାତ୍ରକୁ ଘରକୁ ପଠାଇ ଦେଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ଘଟଣା ପ୍ରଘଟ ହେବା ପରେ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ ।

ad-week
Leave A Reply

Your email address will not be published.