ନୂଆଗାଁ ବ୍ଲକ ଅଞ୍ଚଳରେ ହାତୀର ଆତଙ୍କ…

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ହାତୀବାରି ଥାନା ଅଞ୍ଚଳରେ ୨୫ଟି ହାତୀଙ୍କ ଏକ ପଲ ଧାନ ଫସଲ ନଷ୍ଟ କରିଦେଇଛି ! ଚାଷୀମାନେ ବର୍ଷ ବର୍ଷ ଧରି ଏହି ଧାନ ଫସଲ ପାଇଁ ଅପେକ୍ଷା କରିଆସୁଛନ୍ତି ! ଅନେକ ଚାଷୀ ବ୍ୟାଙ୍କରୁ ଋଣ ମଧ୍ୟ ନେଇଥାନ୍ତି! ୨୫ଟି ହାତୀ ମଧ୍ୟରୁ ୭ଟି ହାତୀ ଧାନ ଫସଲ ନଷ୍ଟ କରିଦେଇଛନ୍ତି ! ଗତ ରବିବାର, ଗୋଟିଏ ହାତୀ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରିଥିଲା ! ଫଳସ୍ୱରୂପ, ଗ୍ରାମବାସୀ ଭୟରେ ଜୀବନ ବିତାଉଛନ୍ତି ! ବନ ବିଭାଗ ନୂଆଗାଁ ବ୍ଲକ ଅଞ୍ଚଳରୁ ଏହି ହାତୀ ପଲକୁ ହଟାଇବାରେ ଅସମର୍ଥ ହୋଇଛି ! ଏହି କାରଣରୁ, ନୂଆଗାଁ ବ୍ଲକର ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ! ମୂଲ୍ୟବାନ ଜୀବନ ହରାଉଛନ୍ତି, ଘର ନଷ୍ଟ ହେଉଛି, ଏବଂ ଚାଷୀଙ୍କ ଫସଲ ନଷ୍ଟ ହେଉଛି ! ହାତୀଙ୍କ ଉତ୍ପାତ ଗ୍ରାମବାସୀଙ୍କୁ ଭୟ ର ଛାୟା ରେ ଭରି ରହିଛି

ad-week
Leave A Reply

Your email address will not be published.