‘ଇ-ଶିକ୍ଷା ଏକ୍ସପ୍ରେସ’ର ଶୁଭାରମ୍ଭ; ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ ସାକ୍ଷରତା ବୃଦ୍ଧି କରିବ

add-all

ଚୌଦ୍ୱାର: ଭ୍ରାମ୍ୟମାଣ ଶିକ୍ଷା ଯୋଜନା ‘ଇ-ଶିକ୍ଷା ଏକ୍ସପ୍ରେସ’ର ଶୁଭାରମ୍ଭ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ ସାକ୍ଷରତା ବୃଦ୍ଧି କରିବା ଏବଂ ଗ୍ରାମାଞ୍ଚଳରେ ଶିକ୍ଷାର ପହଞ୍ଚକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଚୌଦ୍ୱାରଠାରେ ଏକ ଅଭିନବ ଭ୍ରାମ୍ୟମାଣ ଶିକ୍ଷା ଯୋଜନା ‘ଇ-ଶିକ୍ଷା ଏକ୍ସପ୍ରେସ’ର ଶୁଭାରମ୍ଭ ହୋଇଯାଇଛି।

‘ଇ-ଶିକ୍ଷା ଏକ୍ସପ୍ରେସ’ – ଏକ ଆଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଭ୍ରାମ୍ୟମାଣ ଶିକ୍ଷା ଯାନ, ଯାହା ଟାଙ୍ଗୀ ଚୌଦ୍ୱାର ଅଞ୍ଚଳର ଗ୍ରାମାଞ୍ଚଳକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା, ଡିଜିଟାଲ ସାକ୍ଷରତା ଏବଂ ଆଧୁନିକ ଶିକ୍ଷାଗତ ସମ୍ବଳ ଯୋଗାଇବାରେ ସାହାଯ୍ୟ କରିବ।

ଏହି କାର୍ଯ୍ୟକ୍ରମକୁ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଏବଂ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର ଉପସଭାପତି ଧର୍ମେଶ ଗୋହେଲ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଉଦ୍ଘାଟନୀ ସମାରୋହରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ‘ଇ-ଶିକ୍ଷା ଏକ୍ସପ୍ରେସ’ର ବିଭିନ୍ନ କାର୍ଯ୍ୟକଳାପ ଓ ଆଗାମୀ ଯୋଜନା ସମ୍ପର୍କରେ ପଚାରି ବୁଝିବା ସହ ଇମ୍ଫାର ଏହି ଜନକଲ୍ୟାଣକାରୀ ଓ ପ୍ରଶଂସନୀୟ ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ।

ଇମ୍ଫାର ଲୋକସମ୍ପର୍କ ଅଧିକାରୀ ମାନସ ବସନ୍ତିଆ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାବେଳେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନରୁ ମୟନାକ ସର୍କାର ଓ ଅନନ୍ୟା ମହାନ୍ତି ସଂଯୋଜନା କରିଥିଲେ।

ad-week
Leave A Reply

Your email address will not be published.