ଚିଲିକାରୁ ୫ ଶହ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ

add-all

ଭୁବନେଶ୍ୱର: ମଝି ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଉଛି। ପ୍ରଥମ ଦିନରେ ୫ଶହ ଏକର ଉଚ୍ଛେଦ କରାଯାଇଛି। ସୂଚନା ଅନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ଚିଙ୍ଗୁଡ଼ି ଘେରି ଉଚ୍ଛେଦ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଚିକଲଖଣ୍ଡି ଚିଲିକା ଅଞ୍ଚଳରେ ଜେସିବି ମେସିନ୍‌ ସାହାଯ୍ୟରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି।ଚିଲିକା ଜଳକୁ ପ୍ରଦୂଷଣମୁକ୍ତ ରଖିବା ଏବଂ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ବେଆଇନ ଚିଙ୍ଗୁଡ଼ି ଘେରି ହଟାଯାଉଛି।

ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି କୃଷ୍ଣପ୍ରସାଦ ତହସିଲଦାର ସହଦେବ ସାହୁ ସୂଚନା ଦେଇଛନ୍ତି। ଉଚ୍ଛେଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ad-week
Leave A Reply

Your email address will not be published.