ଓଡ଼ଗାଁ ରଘୁନାଥଜୀଉଙ୍କ ହୁଣ୍ଡିଖୋଲିଲା: ୮ଲକ୍ଷ ୯ହଜାର ୪୯୭ ଟଙ୍କା ଆଦାୟ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିରାଜିତ ରଘୁନାଥ ଜୀଉଙ୍କ ହୁଣ୍ଡି ଖୋଲାଯାଇଛି । ଦେବୋତ୍ତର ବିଭାଗ,ରାଜସ୍ୱ ବିଭାଗ ଓ ପୁଲିସ ଉପସ୍ଥିତିରେ ଶ୍ରୀ ରଘୁନାଥ ଜୀଉଙ୍କ ହୁଣ୍ଡି ଖୋଲାଯାଇଛି।

ହୁଣ୍ଡି ମଧ୍ୟରୁ ନଗଦ ୮ ଲକ୍ଷ ୯ ହଜାର ୪୯୭ ଟଙ୍କା ସମେତ ସୁନା ୧.୨୦୦ ମିଲିଗ୍ରାମ, ରୁପା ୧୧୬ଗ୍ରାମ ଓ ୧.୯୦୦ କିଲୋଗ୍ରାମର ଘଣ୍ଟି ମିଳିଥିବା ନେଇ ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ମିଳିଅଛି।

ଏଥିରେ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ,ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ସତ୍ୟନାରାୟଣ ବାରିକ,ଦେବୋତ୍ତର ମ୍ୟାନେଜର ତାପସରଞ୍ଜନ ପଟ୍ଟନାୟକ,ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର,ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର,ସୁଆର ପରିଷଦ ସଭାପତି ସୁବ୍ରତ କୁମାର ପଣ୍ଡା,ସମ୍ପାଦକ କାର୍ତ୍ତିକଚନ୍ଦ୍ର ପଣ୍ଡା, ତହସିଲ କର୍ମଚାରୀ ଓ ପୁଲିସ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା।

ad-week
Leave A Reply

Your email address will not be published.