ବିରୁଡି ଆକ୍ରମଣରେ ବୃଦ୍ଧ ମୃତ

add-all

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବଡ଼ବିଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଜଙ୍ଗଲକୁ ଯାଇଥିବା ବେଳେ ବିରୁଡ଼ି ପୋକ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି | ମୃତକ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବଡ଼ବିଲ ଗ୍ରାମର ଚେରୁ ବାରିକ | ସୂଚନା ଅନୁସାରେ ୨ ଦିନ ତଳେ ଚେରୁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବିରୁଡି ପୋକ ତାଙ୍କ ଦେହ ସାରା ଦଂଶି ଦେଇଥିଲା | ଫଳରେ ସେ ଗୁରୁତର ହୋଇଯାଇଥିଲେ |କଷ୍ଟେମଷ୍ଟେ ଉଦ୍ୟମ କରି ଚେରୁ ଜଙ୍ଗଲରୁ ଘରକୁ ପଳାଇ ଆସିଥିଲେ |

ତାଙ୍କୁ ପରିବାର ଲୋକେ ସଂଗେ ସଂଗେ ବାଂଶପାଳ ମେଡିକାଲରେ ଭର୍ତ୍ତି କରିଥିଲେ | ଗୋଟିଏ ଦିନ ଚିକିତ୍ସିତ ହେବା ପରେ ଗତକାଲି ଡାକ୍ତର ଚେରୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ଆସିବାରୁ ତାଙ୍କୁ ଡ଼ିସଚାର୍ଜ କରିଦେଇଥିଲେ | ତେବେ ସେ ଗତକାଲି ଘରକୁ ପଳେଇ ଆସିଥିଲେ | ହଠାତ ଗତକାଲି ରାତି ୧୧ଟା ବେଳେ ଗୁରୁତର ହୋଇଯିବାରୁ ପରିବାର ଲୋକେ ପୁଣି ବାଂଶପାଳ ମେଡିକାଲରେ ଭର୍ତ୍ତି କରିଥିଲେ | ଚିକିତ୍ସିତ ଅବସ୍ଥାରେ ଗତକାଲି ବିଳମ୍ଭିତ ରାତିରେ ଚେରୁଙ୍କ ମୃତ୍ୟୁ ଘଟିଛି | ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ଲାଗି ରହିଛି | ଅସହାୟ ଚେରୁଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି |

ad-week
Leave A Reply

Your email address will not be published.