୭ରୁ ପୁରୀ-ସୋଲାପୁର ଜଙ୍କସନ୍ ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଏକ୍ସପ୍ରେସ୍

add-all

ଭୁବନେଶ୍ବର : ଆସନ୍ତା ୭ରୁ ପୂର୍ବତଟ ରେଳପଥ ପକ୍ଷରୁ ପୁରୀ-ସୋଲାପୁର ଜଙ୍କସନ୍ ମଧ୍ୟରେ ଏକ ସ୍ବତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍‌ର ଚଳାଚଳ ଆରମ୍ଭ ହେବ। ଟ୍ରେନ୍ ନଂ ୦୮୪୪୫ ପୁରୀ-ସୋଲାପୁର ଜଙ୍କସନ୍ ସ୍ପେଶାଲ୍ ଏକ୍ସପ୍ରେସ୍ ଶୁକ୍ରବାର ରାତି ୧୧.୪୫ରେ ପୁରୀରୁ ଯାତ୍ରା ଆରମ୍ଭ କରି ରବିବାର ସକାଳ ୪.୧୫ ରେ ସୋଲାପୁର ଜଙ୍କସନ୍‌ରେ ପହଞ୍ଚିବ। ଏହି ସ୍ବତନ୍ତ୍ର ଟ୍ରେନ ଖୋରଧା ରୋଡ୍‌, ବ୍ରହ୍ମପୁର, ବିଜୟନଗରମ୍, ଦୁଭ୍ୱାଡା, ବିଜୟୱାଡା ଜଙ୍କସନ୍, ଗୁଣ୍ଟୁର ଜଂ, ନାଲଗୋଣ୍ଡା, ସିକନ୍ଦରାବାଦ, ୱାଡି ଏବଂ କଲବୁରଗି ଷ୍ଟେସନରେ ରହଣି କରିବ। ସ୍ବତନ୍ତ୍ର ଟ୍ରେନରେ ମୋଟ ୨୨ଟି ବଗି ରହିବ। ସେଥିମଧ୍ୟରେ ୧୩ଟି ସ୍ଲିପର୍ ଶ୍ରେଣୀ ବଗି, ୭ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ବଗି ଏବଂ ୨ଟି ଲଗେଜ୍‌ ସହ ଦିବ୍ୟାଙ୍ଗ ଅନୁକୂଳ କୋଚ୍ ସାମିଲ ରହିବ।

ad-week
Leave A Reply

Your email address will not be published.