କରଡାପଲି ଗାଁରେ ଡାଇରିଆ ଆତଙ୍କ, ୫୦ରୁ ଅଧିକ ଆକ୍ରାନ୍ତ

add-all

ବାଙ୍କୀ: ବାଙ୍କୀରେ ଡାଇରିଆ ଆତଙ୍କ । ୫୦ରୁ ଅଧିକ ଆକ୍ରାନ୍ତ । କଟକ ଜିଲ୍ଲା ବାଙ୍କୀ ବ୍ଲକ କାଳିପୋଇ ପଞ୍ଚାୟତର କରଡାପଲି ଗାଁରେ ଡାଇରିଆ ଆତଙ୍କ ଖେଳାଇଛି । ଗତ ଦୁଇ ଦିନରେ ୫୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ମହିଳା, ପୁରୁଷଙ୍କ ସମେତ ଛୋଟ ଛୋଟ ପିଲା ମଧ୍ୟ ଅଛନ୍ତି । ଅସୁସ୍ଥଙ୍କୁ କଳପଥର ସ୍ବାସ୍ଥ୍ୟକେନ୍ଦ୍ର ଓ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି । ପିଇବା ପାଣିରୁ ଡାଇରିଆ ବ୍ୟାପି ଥିବାର ଗ୍ରାମବାସୀ ସନ୍ଦେହ କରୁଛନ୍ତି । ଗାଁରେ ପହଞ୍ଚି ଘର ଘର ଯାଇ ଓଆରଏସ ଓ ଔଷଧ ବଣ୍ଟନ କରୁଛନ୍ତି ଆଶା , ଅଙ୍ଗନୱାଡି କର୍ମୀ ।  ଏଥିସହ ଖୋଲା କୁଆରେ ବ୍ଲିଚିଂ ପାଉଡର ପକାଯାଉଛି । ଅନ୍ୟପଟେ ସୁବର୍ଣ୍ଣପୁର ସ୍ବାସ୍ଥ୍ୟ କେନ୍ଦ୍ରର କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଭାଗ ର ଟିମ୍ ପହଞ୍ଚି ନାହାନ୍ତି ।

ସେହିପରି ଗତକାଲି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖରିଦା ଗ୍ରାମରେ ଭୋଜି ଖାଇବା ପରେ ଅଚାନକ ଆରମ୍ଭ ହୋଇଥିଲା ଝାଡ଼ାବାନ୍ତି । ଏହି ଘଟଣା ଦେଖାଦେଇଛି । ଏକ ଘର ପ୍ରତିଷ୍ଠା ଉତ୍ସବରେ ଭୋଜି ଖାଇବା ପରେ ଅଚାନକ ଝାଡ଼ାବାନ୍ତି ବ୍ୟାପିବାରୁ ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଛି । ଭୋଜି ଖାଇଥିବା ୭୦ ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ମିଳିଥିଲା । ସେମାନଙ୍କ ମଧ୍ୟରୁ ୫୦ ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆକ୍ରାନ୍ତ ମାନଙ୍କ ମଧ୍ୟରେ ୩୦ରୁ ଅଧିକ ଶିଶୁ ରହିଥିବା ସୂଚନା ମିଳିଥିଲା ।

ad-week
Leave A Reply

Your email address will not be published.