୧୪ ପରିବର୍ତ୍ତେ ୨୮ ତାରିଖରୁ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା

add-all

ଭୁବନେଶ୍ୱର: ବଦଳିଲା ସ୍କୁଲ ଖୋଲିବା ନିଷ୍ପତ୍ତି । ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାମାନଙ୍କ ପାଇଁ ଆସନ୍ତା ୧୪ ତାରିଖ ଠାରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକକ ଖୋଲିବାର ଥିଲା। ମାତ୍ର ସେଥିରେ ପରିବର୍ତ୍ତନ ହୋଇଛି । ପ୍ରାଥମିକ ବିଦ୍ୟାଳୟ ଖୋଲିଲେ ବି ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ରେ କ୍ଲାସ କରିବାକୁ ଆସିବେ ନାହିଁ।

ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା ଆସନ୍ତା ୨୮ ତାରିଖରୁ ସ୍କୁଲ ଆସିବେ ଏବଂ ଅଫ୍‌ଲାଇନ୍‌ କ୍ଲାସ କରିବେ। ସେତେଦିନ ଯାଏଁ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ କ୍ଲାସ କରିବେ।

ପୂର୍ବରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆସନ୍ତା ୧୪ ତାରିଖରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ଗତ ସପ୍ତାହରେ ଘୋଷଣା କରିଥିଲେ।। କିନ୍ତୁ କରୋନା ଯୋଗୁଁ ଦୀର୍ଘ ଦିିନ ଧରି ହେବ ସ୍କୁଲ ଗୁଡ଼ିକ ବନ୍ଦ ଥିବାରୁ ଏହାକୁ ସଫାଇ କରିବା ପାଇଁ ସମୟର ଆବଶ୍ୟକତା ରହିଛି।

ସେହିପରି ସ୍କୁଲ ପରିସର ସ୍ବଚ୍ଛ ଓ ମରାମତି ପାାଇଁ ଜିଲ୍ଲାପାଳମାନେ ସମୟ ମାଗିଥିଲେ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୮ ତାରିିଖ ଠାରୁ ଶ୍ରେଣୀ ଗୃହରେ କ୍ଲାସ ଆରମ୍ଭ ନେଇ ନିଷ୍ପତ୍ତି ହୋଇଛି।

ad-week
Leave A Reply

Your email address will not be published.