୧୬୯ ଜନଜାତି ଗୋଷ୍ଠୀକୁ ST ତାଲିକାରେ ସାମିଲ କରିବା ନେଇ ନବୀନଙ୍କ ଦାବି

add-all

ଭୁବନେଶ୍ୱର : ରାଜ୍ୟର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଉ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିବ। ଶଙ୍ଖ ଭବନରେ ଆୟୋଜିତ ବିଶ୍ୱ ଆଦିମ ଜନଜାତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଏହି କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।  ବିଜୁ ଜନତା ଦଳ ଜନଜାତି ଭାଇଭଉଣୀଙ୍କ ଶ୍ରେଷ୍ଠ ବନ୍ଧୁ। ସେମାନଙ୍କ ଅଧିକାର, ସ୍ୱାଭିମାନ ଓ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସବୁବେଳେ ଦୃଢ଼ ଭାବେ ଛିଡ଼ା ହୋଇଛି।

ଆଗକୁ ମଧ୍ୟ ଏହି ଲଢ଼େଇ ଜାରି ରହିବ। ଜନଜାତିଙ୍କୁ ସେମାନଙ୍କ ଅଧିକାର ପ୍ରଦାନ ମୁଖ୍ୟ ଲକ୍ଷ୍ୟ। ରାଜ୍ୟର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା ପାଇଁ ପୂର୍ବରୁ ବିଜେଡି ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲା। ଏହି ଦାବି ହାସଲ ନହେବା ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ନବୀନ।

ବିଜେଡି ସରକାର ସମୟରେ ଜନଜାତି ବର୍ଗର ଶିକ୍ଷା, ଜୀବନଜୀବିକା ଓ ସାମାଜିକ-ଆର୍ଥିକ ସଶକ୍ତୀକରଣ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା ବୋଲି କହିିଥିଲେ ନବୀନ। ପଞ୍ଚାୟତକୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଅଧିକାର, ହଜାର ହଜାର ହଷ୍ଟେଲ ନିର୍ମାଣ, ଉଚ୍ଚଶିକ୍ଷା ପାଇଁ ଅନ୍ୱେଷା କାର୍ଯ୍ୟକ୍ରମ ଓ ଜଙ୍ଗଲ ଜମି ଅଧିକାର ଭଳି ପଦକ୍ଷେପ ଜନଜାତି ସମୁଦାୟକୁ ବିକାଶର ମୁଖ୍ୟଧାରା ସହ ଯୋଡ଼ିଥିଲା।

ଜନଜାତି କଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା କ୍ଷେତ୍ରରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ୍ ଏକ ଅନନ୍ୟ ପଦକ୍ଷେପ ଥିଲା। ୨୩ଟି ଜିଲ୍ଲାରେ ଏହି ପରିଷଦ ମାଧ୍ୟମରେ ଜନଜାତି ସମୁଦାୟକୁ ବିକାଶର ସମାନ ଭାଗୀଦାର କରାଯିବା ସହ ସେମାନଙ୍କ ପବିତ୍ର ସ୍ଥଳ, କଳା, ହସ୍ତଶିଳ୍ପ, ସଙ୍ଗୀତ ଓ ପରମ୍ପରାର ସୁରକ୍ଷାରେ ସେମାନଙ୍କୁ ନିଜେ ନେତୃତ୍ୱ ନେବାର ସୁଯୋଗ ଦିଆଯାଇଥିଲା।

ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୬୪ ଜଣ ଆଦିବାସୀ ପ୍ରତିନିଧି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଆଦିବାସୀ କଲ୍ୟାଣ ବଜେଟକୁ ହ୍ରାସ କରାଯାଇଥିବା କହିଛନ୍ତି ବରିଷ୍ଠ ଉପସଭାପତି ଦେବୀ ମିଶ୍ର।

ad-week
Leave A Reply

Your email address will not be published.