ଶେଷ ପର୍ଯ୍ୟାୟରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ : ୩୬ଟି ଗାଁର ୩୫ଶହ ହେକ୍ଟର ଜମିକୁ ପାଣି ମାଡ଼ିବ

add-all

ନୟାଗଡ଼: ଦଶପଲ୍ଲା ବୃତଙ୍ଗ ପ୍ରକଳ୍ପରୁ ଓଡ଼ଗାଁ ବ୍ଲକର ଚାଷ ଜମିକୁ ଜଳ ଯୋଗାଣ ପାଇଁ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ପ୍ରଥମ ପର୍ଯ୍ୟାୟରେ ଓଡ଼ଗାଁ ବ୍ଲକର ୧୦ଟି ପଞ୍ଚାୟତର ୩୬ଟି ଗାଁ ସାମିଲ ରହିଛି । ଓଡ଼ଗାଁ ଚାଷୀଙ୍କ ସ୍ବପ୍ନ ସାକାର ହୋଇଥିବାରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ଚାଷୀମାନେ ।ଜିଲ୍ଲାରେ ଜଳଭଣ୍ଡାର କିମ୍ବା ଜଳସେଚନ ପାଇଁ ପର୍ଯ୍ୟାପ୍ତ ସୁବିଧା ନଥିବାରୁ ଚାଷୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୁଏ । ତେଣୁ ଦଶପଲ୍ଲା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ହେଲେ ଜିଲ୍ଲାର ଭାଗ୍ୟ ବଦଳିବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପ ଦ୍ବାରା ଜିଲ୍ଲାର ୬ଟି ବ୍ଲକର ୭୩ଟି ପଞ୍ଚାୟତକୁ ଜଳସେଚନ କରିବାକୁ ଯୋଜନା କରାଯାଉଛି ।୫୦ ରୁ ୬୦ କିମି ଦୂରତା ଦଶପଲ୍ଲାରୁ ଓଡ଼ଗାଁକୁ ଜଳଯୋଗାଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ଏହା ଦ୍ଵାରା ଓଡ଼ଗାଁ ବ୍ଲକର ୩୬ଟି ଗାଁର ୩୫ଶହ ହେକ୍ଟର ଚାଷ ଜମିକୁ ଜଳ ସେଚିତ ହୋଇପାରିବ । ଓଡ଼ଗାଁ ବ୍ଲକର ମାଛିପଡ଼ା, ସୋଲପଟା, ବଡଗୋରଡ଼ା, ଗୋତିସାହି, ଶରଣକୁଳ, ବରସାହି, ସରଧାପୁର, ସାକେରି, ଭାଡ଼ିକିଳା, ମଗରବନ୍ଧ, ଆଦି ପଞ୍ଚାୟତ ଏହି ପ୍ରକଳ୍ପରେ ସାମିଲ ରହିଛି ।ଓଡ଼ଗାଁର ବୁଢ଼ାବୁଢିଆଣୀ, କଟରାଝରି, ଢୋଲପଥର, ବାଘୁଆ ପ୍ରକଳ୍ପ ଆଦି ଜଳଭଣ୍ଡାର ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ଚାଷ ଜମିକୁ ଜଳସେଚିତ ହୋଇପାରୁନାହିଁ। ଏହି ବୃତଙ୍ଗ ଜଳସେଚନ ଅନେକ ଚାଷ ଜମିକୁ ଜଳ ଯୋଗାଣ ସହିତ ଚାଷୀ ମାନଙ୍କୁ ଏହାର ଯୋଗାଇବ ଓ ବିକାଶରେ ବଡ ପରିବର୍ତ୍ତନ ହୋଇ ପାରିବ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.