ବୁଢ଼ା ବୁଢିଆଣୀ ମଧ୍ୟମ ଜଳସେଚନ ଯୋଜନା : ଗଛଲତାରେ ହଜିଯାଉଛି କେନାଲ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବୁଢ଼ା ବୁଢିଆଣୀ ମଧ୍ୟମ ଜଳସେଚନ ଯୋଜନା ଅନ୍ତର୍ଗତ କେନାଲ ଗୁଡିକୁ ବର୍ଷା ଋତୁ ପୂର୍ବରୁ ସଫା କରିବା ନିମନ୍ତେ ବ୍ୟବସ୍ଥା ରହିଥିବା ବେଳେ ବର୍ଷା ଋତୁ ସରିବାକୁ ବସିଲାଣି ତଥାପି ଏପର୍ଯ୍ୟନ୍ତ କେନାଲ ସଫେଇ ହୋଇନଥିବାରୁ ସେଗୁଡିକ ଅନାବନା ଗଛଲତାରେ ପରିପୂର୍ଣ୍ଣ ହେବାରୁ କିପରି ଜଳ ଯୋଗାଣ ହେବ ତାକୁ ନେଇ ଚାଷୀ ଚିନ୍ତାରେ । ବୁଢ଼ା ବୁଢିଆଣୀ ଠାରୁ ଗୋଠବଣ ଏବଂ ସେଠାରୁ ପଞ୍ଚରିଡ଼ା ଦେଇ ଶିଖରପୁର ଅନ୍ୟ ପକ୍ଷରେ ଗୋଠବଣ ଠାରୁ ରାବରା ଯାଇଥିବା ମୁଖ୍ୟ କେନାଲ ସଫେଇ କାର୍ଯ୍ୟ ସରିନଥିବାରୁ କୃଷି କ୍ଷେତ୍ରକୁ ଜଳ ଯୋଗାଣ ସମ୍ଭବ ହୋଇପାରୁନାହିଁ ।

ଶତକଡା ୪୭ ପ୍ରତିଶତରୁ କମ୍ ମୂଲ୍ୟରେ ଠିକା ନେଇଥିବା ଠିକାଦାର ଏହି କାର୍ଯ୍ୟକୁ କେବେ ସମ୍ପୂର୍ଣ୍ଣ କରିପାରିବ ତାହା ସମୟ କହିବ । ଅନ୍ୟପକ୍ଷରେ ପାଣି ପଞ୍ଚାୟତ କମିଟି ଭାଙ୍ଗି ଯାଇଥିବାରୁ ମୁଖ୍ୟ କେନାଲରୁ ଯାଇଥିବା ଛୋଟ ଛୋଟ ନାଳ ଗୁଡ଼ିକୁ ଚାଷୀ ମାନେ ସଫାକରି ପାଣି ନେବେ ବୋଲି ଜଣାପଡିଛି।ଏହାକୁ ନେଇ ସରକାରଙ୍କ ଠାରୁ କୌଣସି ସହଯୋଗ ମିଳିବାର ସମ୍ଭାବନା ନଥିବାରୁ ନାଳରେ ସୃଷ୍ଟି ହୋଇଥିବା ଗଛଲତା ଗୁଡିକୁ ସଫା କରିବା ସହଜ ବ୍ୟାପାର ନୁହେଁ । ଏଥିପାଇଁ ବିଭାଗୀୟ ଅଧିକାରୀ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

ad-week
Leave A Reply

Your email address will not be published.