ମୁମ୍ବାଇ କୁର୍ଲାରେ ଭୂସ୍ଖଳନ: ୬ ମୃତ

add-all

ମୁମ୍ବାଇ : ମହାରାଷ୍ଟ୍ର ମୁମ୍ବାଇ କୁର୍ଲାର ଚିରାଗ ନଗର ଅଞ୍ଚଳରେ ବଡ଼ ଅଘଟଣ । କୁର୍ଲାର ଚିରାଗ ନଗର ଭୂସ୍ଖଳନ ହେବାରୁ ଅନେକ ଲୋକ ମାଟି ଓ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିବା ଆଶଙ୍କା କରାଯାଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି । ଅନେକ ଲୋକ ମାଟି ତଳେ ଫସିଥିବା ଆଶଙ୍କା କରାଯାଉଛି । ଘଟଣାର ଖବର ପାଇବା ମାତ୍ରେ ପୋଲିସ, ବିଏମସି, ଏନଡିଆରଏଫ୍ ସମେତ ବିଭିନ୍ନ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମାଟି ଓ ଭଗ୍ନାବଶେଷ ହଟାଇ ଫସିଥିବା ଲୋକଙ୍କୁ ଖୋଜିବା ପାଇଁ ଜୋରଦାର ରେସ୍କ୍ୟୁ ଅପରେସନ୍ ଜାରି ରହିଛି ।

ବିଏମସି ମେୟର ରିତୁ ତାଓ୍ବଡେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଭୋର ସମୟ ୩.୪୮ ମିନିଟରେ ଭୂସ୍ଖଳନ ହୋଇଥିବା ଖବର ମିଳିଥିଲା । ପ୍ରାଥମିକ ସୂଚନା ଅନୁସାରେ ପ୍ରାୟ ୪ରୁ ୫ ଜଣ ଲୋକ ମାଟି ତଳେ ଫସିଥିବା ଆଶଙ୍କା କରାଯାଇଥିଲା । ଉଦ୍ଧାରକାରୀ ଟିମ୍ ଲଗାତାର ମାଟି ହଟାଇ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି । ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହି ଘଟଣା ରାଠୋଡ ମେଡିକାଲର ଗୌସିୟା ଚାଲ ନିକଟରେ ଘଟିଛି । ସୂଚନା ମିଳିବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗତକାଲି ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା , ଯାହା ଫଳରେ କୁର୍ଲାର ଗୌସିଆ ଚାଲରେ ପାହାଡର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା । ତେବେ ପୂର୍ବରୁ ଏନଡିଆରଏଫ ଏବଂ ପ୍ରଶାସନ ଟିମ୍ ପହଞ୍ଚି ଲୋକଙ୍କୁ ସତର୍କ କରାଇଥିଲେ ।

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ,ମୁମ୍ବାଇରେ ମୌସୁମୀ ବର୍ଷା ଜାରି ରହିବ । ମୁମ୍ବାଇ, ଥାଣେ, ପାଲଘର ଏବଂ ରାୟଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ad-week
Leave A Reply

Your email address will not be published.