ଆମେରିକାରୁ ଲଣ୍ଡନ ଯାଉଥିବା ବିମାନରେ ‘ଦୁଷ୍କର୍ମ’ ଅଭିଯୋଗ : ଅଭିଯୁକ୍ତକୁ ଗିରଫ କଲା ପୋଲିସ…

add-all

ୱାଶିଂଟନ୍: ଆମେରିକାର ନ୍ୟୁ ଜର୍ସିରୁ ଲଣ୍ଡନ ଯାଉଥିବା ବିମାନରେ ଜଣେ ମହିଳା ଯାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ତେବେ ଏହି ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ବ୍ରିଟେନରେ ଗିରଫ କରାଯାଇ ପରେ ଜାମିନ ପ୍ରଦାନ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିମାନର ଅନ୍ୟ ଯାତ୍ରୀମାନେ ଘଟଣା ସମୟରେ ଶୋଇଥିଲେ। ଏହି ଘଟଣା ପରେ ପୀଡିତା ମହିଳା ୟୁନାଇଟେଡ୍ ଏୟାରଲାଇନ୍ସର ବିମାନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଏହା ପରେ ବିମାନ କର୍ମଚାରୀମାନେ ବ୍ରିଟିଶ ପୋଲିସକୁ ସୂଚନା ଦେଇଥିଲେ। ଅଭିଯୁକ୍ତ ଏବଂ ପୀଡିତା ବିଜିନେସ କ୍ଳାସରେ ଥିଲେ। ନ୍ୟୁ ଜର୍ସିରୁ ଲଣ୍ଡନକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ପ୍ରାୟ ୭ଘଣ୍ଟା ଲାଗେ।

ବ୍ରିଟେନର ହିଥ୍ରୋରେ ବିମାନ ଅବତରଣ କରିବା ପରେ ପୋଲିସ କର୍ମଚାରୀମାନେ ବିମାନରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲେ। ଯଦିଓ ଏହି ମାମଲା ଗତ ସପ୍ତାହରୁ ହୋଇଛି, ପୀଡିତା ଏବଂ ଅଭିଯୁକ୍ତଙ୍କ ବୟସ ୪୦ ବର୍ଷ ବୋଲି କୁହାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୀଡିତା ଏବଂ ଅଭିଯୁକ୍ତ ଦ୍ୱୟ ବ୍ରିଟେନର ବାସିନ୍ଦା

ad-week
Leave A Reply

Your email address will not be published.