ଉଦ୍ୟାନ କୃଷି ଅଧିକାରୀଙ୍କ ଉପରେ ବର୍ଷିଲେ ଉପ-ମୁଖ୍ୟମନ୍ତ୍ରୀ, ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

add-all

ଭୁବନେଶ୍ୱର : ଉଦ୍ୟାନ କୃଷି ଅଧିକାରୀଙ୍କ ଉପରେ ବର୍ଷିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।  ରାଜ୍ୟ ସରକାରଙ୍କୁ ଯଦି ଅନ୍ଧାରରେ ରଖିବେ ତାହେଲେ ଆକସନ ହେବ ।  ରାଜ୍ୟ ସରକାର ରବର୍ ଷ୍ଟାମ୍ପ ନୁହନ୍ତି କି ମୁଁ ରବର ଷ୍ଟାମ୍ପ ନୁହେଁ ।  ଅଫିସରମାନଙ୍କ ଧମକକୁ ଡରୁ ନାହୁଁ ବୋଲି କହିଛନ୍ତି କେଭି ସିଂହଦେଓ ।  ଆମେ ସରକାର ଚଳାଉଛୁ ।  ଯିଏ ମାନିବ ନାହିଁ,ସିଏ ଘରକୁ ପଳେଇବେ ।  ୭ ଦିନର ମହଲତ ଦେଲି କହିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ।

ହର୍ଟିକଲଚର ଅଫିସର ଦେଶ ତଥା ଦେଶ ବାହାରକୁ ଉଦ୍ୟାନ କୃଷି ବିଷୟରେ ଟୁର ଯାଉଛନ୍ତି । ସେମାନେ ଆସିବା ପରେ କୌଣସି ରିପୋର୍ଟ ଦେଉ ନାହାନ୍ତି। ଏଥିପ୍ରତି କାହାର ଦାୟିତ୍ୱ ନାହିଁ। ୫୮ଟି କୋଲଡ ଷ୍ଟୋରେଜ ହେବ ବୋଲି ଘୋଷଣା ହୋଇଥିଲା, ହେଲେ ପୁରୀରେ ଗୋଟିଏ ହେବାକୁ ଯାଉଛି ବୋଲି ଅଧିକାରୀ କହିଛନ୍ତି। ୫୭ କୁଆଡେ ଗଲା ବୋଲି ମନ୍ତ୍ରୀ ମଞ୍ଚରେ ରହି ପ୍ରଶ୍ନ କରିଛନ୍ତି।

ଖର୍ଚ୍ଚ କରିବାର ସମ୍ପୁର୍ଣ୍ଣ ରିପୋର୍ଟ ପ୍ରଦାନ କରନ୍ତୁ। ଅଫିସରେ ଡାଇରେକ୍ଟର ବସି ରହିବେ ନାହିଁ। ଟୁର୍ ପ୍ରୋଗ୍ରାମ ରିପୋର୍ଟ ଆସିବ। ଯଦି କେହି ଅବମାନନା କରେ ତେବେ କାର୍ଯ୍ୟନୁଷ୍ଠାନ ହେବ । ଯେଉଁ ଜିଲ୍ଲାରେ ଚାଷୀଙ୍କୁ ବାହାର ରାଜ୍ୟ ଓ ଦେଶକୁ ପଠା ଯାଇଥିଲା ତେବେ ୭ ଦିନ ଭିତରେ ପଠାନ୍ତୁ। ନହେଲେ କାର୍ଯ୍ୟନୁଷ୍ଠାନ ନିଶ୍ଚିତ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ad-week
Leave A Reply

Your email address will not be published.