କୋର୍ଟ ପରିସରରୁ ମୋଟର ସାଇକଲ୍ ଚୋରି

add-all

କୋରାପୁଟ /କୋଟପାଡ଼ : କୋଟପାଡ଼ କୋର୍ଟ ପରିସରରୁ ମୋଟର ସାଇକେଲ ଚୋରି ହୋଇଯାଇଛି ,ମୋହକିଲ ଅଦାଲତ କାମରେ ଆସିଥିଲେ ଏବଂ ତାଙ୍କର ମୋଟର ସାଇକେଲ କୋର୍ଟ ପରିସର ଭିତରେ ରଖି ଥିଲେ l କାମ ସାରି ଆସି ଦେଖିଲାବେଳକୁ ଗାଡିଟି ସେଠାରୁ ଗାୟବ l କଳା ରଙ୍ଗର ହିରୋ ସ୍ପେଲଣ୍ଡର ପ୍ଲସ ନମ୍ବର -OD-10-5894 ଗାଡିଟିକୁ ପାଇ ନ ପାରି ଶେଷରେ ଥାନାରେ ଅଭିଯୋଗ କରିଛନ୍ତି l
ଏହିଭଳି ଚୋରି, ଡକାୟତି ଅଞ୍ଚଳର ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଅଞ୍ଚଳରେ ବହୁ ପରିମାଣରେ ବୃଦ୍ଧି ପାଇଥିବା ବେଳେ କୋଟପାଡ଼ ପୋଲିସର ପlରିବାପଣିଆକୁ ନେଇ ପ୍ରଶ୍ନ ଉଠୁଛି l ଗତ କିଛି ମାସ ମଧ୍ୟରେ କୋଟପାଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରି ହେଉଛି,ଥାନାରେ ଅଭିଯୋଗ ହେଉଛି ହେଲେ ଫଳାଫଳ ଶୂନ l ପୋଲିସର କାର୍ଯ୍ୟକାରିତାକୁ ନେଇ ସାଧାରଣରେ ସନ୍ଦେହ ହେଉଛି l ଯାହାଫଳରେ ପୋଲିସ ଉପରେ ଜନସାଧାରଣ ଭରସା ତୁଟିବାରେ ଲାଗିଛି l


ଏଠାରେ ପ୍ରକାଶ କରାଯାଇପାରେ ଯେ,ଗତ ଦିନରେ କୋଟପାଡ଼ର ହୃଦୟ ସ୍ଥଳୀ ଭାବେ ପରିଗଣିତ କୁସୁମି ଛକ ନିକଟ ଭଙ୍ଗା ଯାଇଥିବା ଟାଉନ ହାଲ ପରିସରରୁ ଗୋଟିଏ ପିକ ଅପ ଗାଡ଼ି ଚୋରି ହୋଇଛି l କିନ୍ତୁ ବର୍ତମାନ ସୁଦ୍ଧା ଟେର ପାଇପାରିଲାନି ପୋଲିସ l ଅନ୍ୟପକ୍ଷରେ କୋଟପାଡ଼ ଥାନାରେ ଅଧିକାରୀ /କାର୍ମଚାରୀଙ୍କ ଅଭାବ ରହିଥିବା ବେଳେ ଦୁଇମାସ ହେଲାଣି ଥାନା ଅଧିକାରୀଙ୍କ ପଦ ଖାଲି ପଡିଛି l ଏହାକୁ ନେଇ କୋଟପାଡ଼ ଅକିଲ ସଂଘ ସଭାପତି ମଣି ପଟନାୟକ, ଅଜିତ ପଟନାୟକ ଏବଂ ଅନ୍ୟ ସହଯୋଗୀ ଅତିରିକ୍ତ ଏସ. ପି.ଙ୍କୁ ମୌଖିକ ଭାବେ ଜଣାଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ କାହାରିକୁ ସ୍ଥାୟୀ ନିଯୁକ୍ତି ଦିଆଯାଇନି l କୋଟପାଡ଼ ଅଞ୍ଚଳ ଛତିଶଗଡ ରାଜ୍ୟ ସୀମାନ୍ତକୁ ଲାଗିଥିବାରୁ ଏବଂ ଚାନ୍ଦିଲି ସୀମାରେ ପୋଲିସର କୌଣସି ତନଖି ଫାଟକ ନ ଥିବାରୁ ଚୋରିକରି ଚୋର ନିର୍ଭୟରେ ଚାଲିଯାଉଥିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l

ad-week
Leave A Reply

Your email address will not be published.