
କଣିହା: ରେଙ୍ଗାଳି ଡ୍ୟାମରେ ବଢୁଛି ଜଳସ୍ତର । ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଜୁଲାଇ ୩୦ରେ ଗୋଟିଏ ଗେଟ୍ ଖୋଲାଯାଇ ଥିବାବେଳେ ଗଚ୍ଛିତ ଜଳରାଶି ୧୨୨.୩୦ ମିଟର ଥିଲା । ଡ୍ୟାମର ଉପର ପାଖରୁ ପ୍ରତି ସେକେଣ୍ଡ ପିଛା ୨୪୬୦ ଘନମିଟର ବନ୍ୟାଜଳ ପ୍ରବେଶ କରୁଥିଲା । ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ପିଛା ୨୧୨୦ ଘନମିଟର ବନ୍ୟାଜଳ ନିଷ୍କାଷିତ ହେଉଥିଲା । ଲଗାତର ୭ଦିନ ପର୍ଯ୍ୟନ୍ତ ଗେଟ୍ ଖୋଲାଯିବା ପରେ ଗଚ୍ଛିତ ଜଳରାଶି ୧୨୦.୫୪ ମିଟର ହେବାପରେ ଗେଟ୍ ବନ୍ଦ କରାଯାଇଥିଲା ।
ଆଜି ସକାଳ ୭ ସୁଦ୍ଧା ଡ୍ୟାମର ଗଚ୍ଛିତ ଜଳରାଶି ୧୨୨.୭୧ ମିଟର ଥିବାବେଳେ ଉପର ପାଖରୁ ଡ୍ୟାମ ମଧ୍ୟକୁ ପ୍ରତି ସେକେଣ୍ଡ ପିଛା ୫୭୯୫ ଘନମିଟର ଜଳ ପ୍ରବେଶ କରୁଛି । ପାୱାର ଚାନେଲ ଓ ସମସ୍ତ ଗେଟଦେଇ ସେକେଣ୍ଡ ପିଛା ୫୧୯୪ ଘନମିଟର ଜଳ ତଳିଅଞ୍ଚଳକୁ ନିଷ୍କାଷିତ ହେଉଛି । ଗତବର୍ଷ ଏହି ସମୟରେ ଡ୍ୟାମର ଗଚ୍ଛିତ ଜଳରାଶି ୧୨୧.୧୭ ମିଟର ଥିଲା । ଡ୍ୟାମର ମାପ ଅନୁଯାଇ ଏହି ସମୟରେ ୧୧୯.୩୦ ମିଟର ଗଚ୍ଛିତ ଜଳରାଶି ରହିବା କଥା । ତଳିଆ ଅଞ୍ଚଳବାସୀ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି|
