ବନ୍ୟା ଓ ବର୍ଷା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

Independence

ଭୁବନେଶ୍ୱର : ୩ ଦିନ ବଡ଼ ବର୍ଷା ।  ଆଜିଠୁ ଆସନ୍ତା ୧୮ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।  ଏଥିପାଇଁ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ସମସ୍ତ ଅଧିକାରୀଙ୍କ ଛୁଟିକୁ ବାତିଲ କରାଯାଇଛି ।  ୩ ସିନିୟର୍ ଅଧିକାରୀମାନଙ୍କୁ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାକୁ ଜିଲ୍ଲାପାଳ ମାନଙ୍କୁ ସହଯୋଗ ପାଇଁ ପଠାଯାଇଛି ।

ଜଳସମ୍ପଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଧିକାରୀ ମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଯାଇଛି ।  ମୋଟ ୪୯ ବ୍ଲକ୍, ୩୩୧ ପଞ୍ଚାୟତ, ୫ ଲକ୍ଷ୍ୟ ୧୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୨୯୩ କ୍ୟାମ୍ପ କରାଯାଇ ବନ୍ୟା ବିପନ୍ନଙ୍କୁ ଖାଇବାକୁ ଦିଆଯାଇଛି । ଏଥିପାଇଁ ୩୬ ଫୟର ଟିମ୍, ୯୦ଟି NDRF ଟିମ୍ ମୁତୟନ କରାଯାଇଛି ।  ଆବଶ୍ୟକ ପଡ଼ିଲେ ଅଧିକ ଅଧିକାରୀଙ୍କୁ ସେଠାକୁ ପଠାଯିବ ।

ଟାଟା ପାୱାରକୁ ଏଥିପାଇଁ ସଜାଗ ରହିବାକୁ କୁହାଯାଇଛି । ଏଥିସହ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସମସ୍ତ କ୍ୟାମ୍ପ ଅଞ୍ଚଳକୁ ବୁଲୁଛନ୍ତି । ପାଣି ପରୀକ୍ଷା ସହ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ।  ସବୁଠି ସାପକାମୁଡ଼ା ମେଡିସିନ ମହଜୁଦ ରହିଛି । ଭଦ୍ରକ ଅଞ୍ଚଳରେ କୁମ୍ଭୀର ଆତଙ୍କ ପାଇଁ ସଚେତନ କରାଯାଉଛି ।

ମାଇକ୍ ଜରିଆରେ ଲୋକଙ୍କୁ ସରକାରଙ୍କ ପକ୍ଷରୁ ସଚେତନ କରାଯାଉଛି । ତେବେ ଆସନ୍ତା ୨ରୁ ୪ ଦିନ ମଧ୍ୟରେ ବନ୍ୟା ସ୍ଥିତି ସୁଧୁରିଯିବ ବୋଲି ଆକଳନ କରାଯାଉଛି । ପ୍ରାୟ ନଦୀ ସବୁରେ ଜଳସ୍ତର କମୁଛି । ଆଗକୁ ବର୍ଷା ବଢ଼ିବାକୁ ନେଇ ପୁଣି ବନ୍ୟା ପାଇଁ ଆଶଙ୍କା କରାଯାଉଛି । ଏହାକୁ ନେଇ ସରକାର ସଚେତନ ଅଛନ୍ତି ।  ଏ ନେଇ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମୁଖ୍ୟ ସଚିବ ଅନୁ ଗର୍ଗ ।

ad-week
Leave A Reply

Your email address will not be published.