ଅକବାନ ଲାଗି ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

kalipuja

ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା ଅକବାନକୁ ଦୃଷ୍ଟିରେ ରଖି ୮ ଜିଲ୍ଲାରେ ସ୍କୁଲ ଛୁଟି । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଖୋର୍ଦ୍ଧା ବ୍ୟତୀତ ଅନ୍ୟ ୬ ଜିଲ୍ଲାରେ ୧୯ରୁ ୨୧ ଯାଏଁ ସ୍କୁଲ ଛୁଟି ରହିବ। କେବଳ ଖୋର୍ଦ୍ଧା ଓ ମାଲକାନଗିରି ଜିଲ୍ଲାରେ ୧୯ ଏବଂ ୨୦ ତାରିଖରେ ସ୍କୁଲ ଛୁଟି ରହିବ। ସ୍କୁଲ , କଲେଜ ସମେତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିବ। ଶିଶୁବାଟିକାଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବ।

ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ପାଇଁ ନିର୍ଦ୍ଦେଶ ଲାଗୁ ହୋଇଛି । ହେଲେ ସ୍କୁଲରେ ଉପସ୍ଥିତ ରହିବେ ସମସ୍ତ ଶିକ୍ଷକ ଓ କର୍ମଚାରୀ । ସେହିପରି ଅନ୍ୟ ଜିଲ୍ଲାରେ ସ୍ଥିତି ଦେଖି ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ SRCଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି ।

ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନଜରରେ ରଖି ପିଲାମାନଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନର ଏହି ତତ୍ପରତା ଏବେ ଜିଲ୍ଲାଗୁଡ଼ିକରେ ସତର୍କତା ବଢ଼ାଇଛି । ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଥିବାବେଳେ ଆଗକୁ ଆବଶ୍ୟକ ପଡ଼ିଲେ ଅଧିକ ପଦକ୍ଷେପ ନିଆଯାଇପାରେ ।

ad-week
Leave A Reply

Your email address will not be published.