୪ ଦିନ ତଳେ ବନ୍ୟା ପାଣିରେ ଭାସିଯାଇଥିବା ନିଖୋଜ ଗଣେଶଙ୍କ ମୃତଦେହ ଉଦ୍ଧାର

Independence

ଭଦ୍ରକ: ଗେଙ୍ଗୁଟି ନଦୀର ବନ୍ୟାଜଳ ସ୍ରୋତରେ ଭାସିଯାଇ ଗତ ଶୁକ୍ରବାରଠାରୁ ନିଖୋଜ ଥିବା ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଯେନାସାହି ଗ୍ରାମର ଗଣେଶ ଯେନା (୫୦)ଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି।

ଗଣେଶ ନିଖୋଜ ହେବା ପରେ ଗତ ୪ ଦିନ ଧରି ଓଡ୍ରାଫ ଦଳ ଓ ସ୍ଥାନୀୟ ଲୋକେ ଗେଙ୍ଗୁଟି ନଦୀରେ ଖୋଜାଖୋଜି ଜାରି ରଖିଥିଲେ। ସୋମବାର ନଦୀର ଜଳସ୍ତର ହ୍ରାସ ପାଇବା ପରେ ଘଟଣାସ୍ଥଳଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ଗାଈଛନ୍ଧା ଚଟାଣ ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

ଖବର ପାଇ ପରିବାରଲୋକ ଓ ଗ୍ରାମବାସୀ ସେଠାରେ ପହଞ୍ଚି ମୃତଦେହଟି ଗଣେଶଙ୍କର ବୋଲି ଚିହ୍ନଟ କରିଥିଲେ। ପରେ ଏନେଇ ଧାମନଗର ପୁଲିସକୁ ସୂଚନା ଦିଆଯାଇଥିଲା। ଗଣେଶଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.