ଲୋକଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଅନ୍ତରୀଣ ଡିଜିପି

Independence

ଭୁବନେଶ୍ୱର: ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଇପିଏସ୍‌ ଅଧିକାରୀ ବିନୟତୋଷ ମିଶ୍ର ସୋମବାର ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟପାଳ ତାଙ୍କୁ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ସହ ସଫଳ କାର୍ଯ୍ୟକାଳ କାମନା କରିଛନ୍ତି।

ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ ରଖିବା ସହ ଓଡ଼ିଶାବାସୀଙ୍କ ସୁରକ୍ଷା ଦିଗରେ ବିନୟତୋଷ ମିଶ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଆଶା ପ୍ରକାଶ କରାଯାଇଛି। ରାଜ୍ୟପାଳ ତାଙ୍କ ନୂତନ ଦାୟିତ୍ୱରେ ସଫଳତା କାମନା କରିବା ସହ ଓଡ଼ିଶାର ଲୋକଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଏକ ପୂର୍ଣ୍ଣ କାର୍ଯ୍ୟକାଳ କାମନା କରିଛନ୍ତି।ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେବା ପରେ ରାଜ୍ୟପାଳଙ୍କ ସହ ଏହି ସାକ୍ଷାତକୁ ଗୁରୁତ୍ୱପୂର୍ଣ୍ଣ ସୌଜନ୍ୟମୂଳକ ସାକ୍ଷାତ ବୋଲି ଦେଖାଯାଉଛି।

ୱାଇ.ବି. ଖୁରାନିଆ ରବିବାର ଚାକିରିରୁ ଅବସର ନେବା ପରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅନ୍ତରୀଣ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ରବିବାର ଅପରାହ୍ନରେ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ୱ ନେଇଥିଲେ। ଅବସରପ୍ରାପ୍ତ ଡିଜିପି ୱାଇ.ବି. ଖୁରାନିଆ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।ଦୁଇ ଦିନ ପୂର୍ବରୁ ରାଜ୍ୟ ସରକାର ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ ଡିଜିପି ଭାବେ ନିଯୁକ୍ତ କରିଥିଲେ। ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏହି ନିଯୁକ୍ତି ଗୁରୁତ୍ୱ ବହନ କରୁଛି।

ad-week
Leave A Reply

Your email address will not be published.