ଲଗାଣ ବର୍ଷାରେ ରାସ୍ତା ଉପରେ ଲହଡ଼ି ମାରୁଛି ପାଣି

Independence

ଭୁବନେଶ୍ବର: ଲଗାଣ ବର୍ଷା ପରେ ଭୟଙ୍କର ହେଉଛ ନଈ । ପୁଣି ଡରାଇଲାଣି ବୈତରଣୀ, ବୁଢ଼ାବଳଙ୍ଗ, ବ୍ରାହ୍ଣଣୀ ଓ ଜଳକା। ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ବୁଢ଼ାବଳଙ୍ଗ ସତର୍କ ସଙ୍କେତ ଆଡ଼କୁ ଅଗ୍ରସର ହେଉଛି । ଲଗାଣ ବର୍ଷା ଯୋଗୁଁ ବେହାଲ ବାଲେଶ୍ଵର ସହର। ସାରା ରାତି ବର୍ଷା ଯୋଗୁ ତଳିଆ ଅଞ୍ଚଳ ଜଳମଗ୍ନ। ବାଲେଶ୍ଵର ସହର ଓ ରେମୁଣା ରାସ୍ତା ରେ ଆଣ୍ଠୁଏ ଉଚ୍ଚର ନାଳ ପାଣି। ରେମୁଣା ଓ ବାଲେଶ୍ଵର ସହରକୁ ଯୋଗାଯୋଗ ପ୍ରଭାବିତ ହୋଇଛି । ସେହିଭଳି ବାଲେଶ୍ଵର ସହରର ଏକତା ନଗର , ଗୁଡ଼ିପଦା, ସିଟି କ୍ଲିନିକ ଛକ ଅଞ୍ଚଳ ଜଳମଗ୍ନ ହୋଇଛି । ନୂଆଁ ସାହି ଛକ ରେ ରାସ୍ତା ଉପରେ ଲହଡି ମାରୁଛି ପାଣି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି ।

ଲଗାଣ ବର୍ଷାର ସବୁଠାରୁ ଅଧିକ ପ୍ରଭାବ ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି। ସାରା ରାତି ଧରି ବର୍ଷା ଲାଗି ରହିବାରୁ ବାଲେଶ୍ୱର ସହରର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ରାସ୍ତାଘାଟରେ ଜମି ରହିଛି ବର୍ଷା ପାଣି। ଫଳରେ ସାଧାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବାଲେଶ୍ୱର ସହରରୁ ରେମୁଣାକୁ ଯାଇଥିବା ରାସ୍ତାରେ ଆଣ୍ଠୁଏ ଉଚ୍ଚର ନାଳ ପାଣି ଜମି ରହିଛି। ରାସ୍ତା ଉପରେ ପାଣି ଜମିବା ଯୋଗୁଁ ବାଲେଶ୍ୱର ଓ ରେମୁଣା ମଧ୍ୟରେ ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି। ଅନେକ ଲୋକଙ୍କୁ ଯାତାୟାତ କରିବାରେ ସମସ୍ୟା ଉପୁଜିଛି।

ad-week
Leave A Reply

Your email address will not be published.