ଶ୍ରାବଣ ସୋମବାରରେ ଅଶୋକ ଧାମରେ ଦଳାଚକଟା: ୭ ଶ୍ରଦ୍ଧାଳୁ ମୃତ, ଅନେକ ଆହତ

Independence

ନୂଆଦିଲ୍ଲୀ: ବିହାର ଲଖିସରାଇରେ ଦଳାଚକଟା, ୭ ଜଣଙ୍କ ମୃତ୍ୟୁ । ଶ୍ରବଣ ସୋମବାରରେ ଅଶୋକଧାମ ମନ୍ଦିରେ ଅଘଟଣ। ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।  ବିହାରର ଲଖିସରାଇ ଜିଲ୍ଲାର ପ୍ରସିଦ୍ଧ ଅଶୋକଧାମ ମନ୍ଦିରରେ ସୋମବାର ସକାଳେ ବଡ଼ ଅଘଟଣ ଘଟିଛି। ମନ୍ଦିର ପରିସରରେ ଦଳାଚକଟା ଭଳି ସ୍ଥିତି ସୃଷ୍ଟି ହେବାରୁ ଅତିକମରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଲଖିସରାଇ SDPO ଶିବମ କୁମାର ୭ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଶ୍ରାବଣ ସୋମବାର ହୋଇଥିବାରୁ ସକାଳୁ ସକାଳୁ ଅଶୋକଧାମ ଶିବ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

ଭଗବାନ ଶିବଙ୍କ ଦର୍ଶନ ଓ ଜଳାଭିଷେକ ପାଇଁ ହଜାର ହଜାର ଭକ୍ତ ମନ୍ଦିର ମୁହାଁ ହୋଇଥିଲେ। ସକାଳ ପ୍ରାୟ ୬ଟା ୪୫ ମିନିଟ୍ ସମୟରେ ଅଘଟଣ ଘଟିଥିବା ରିପୋର୍ଟ ଆସିଛି। ପ୍ରାଥମିକ ସୂଚନା ଅନୁସାରେ, ମନ୍ଦିର ପରିସରରେ ଏକ ବିଦ୍ୟୁତ୍ ଖୁଣ୍ଟ ପଡ଼ିଯିବା ପରେ ଭିଡ଼ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। କିଛି ଲୋକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିବା ଆଶଙ୍କା ହେବା ପରେ ଲୋକେ ଜୀବନ ବଞ୍ଚାଇବା ପାଇଁ ଏକାସାଙ୍ଗରେ ଦୌଡ଼ିବାକୁ ଲାଗିଥିଲେ। ଫଳରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପୁଲିସର ପ୍ରାଥମିକ ସୂଚନା।

ତେବେ ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।SDPO ଶିବମ କୁମାରଙ୍କ କହିବା ଅନୁସାରେ, ବିଦ୍ୟୁତ୍ ଖୁଣ୍ଟ ପଡ଼ିବା ଓ କିଛି ଲୋକ ବିଦ୍ୟୁତ୍ ଆଘାତ ପାଇବା ପରେ ଦଳାଚକଟା ଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ସବୁ ଦିଗରୁ ଯାଞ୍ଚ ପରେ ହିଁ ସଠିକ୍ କାରଣ କୁହାଯାଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅଘଟଣ ପରେ ମନ୍ଦିର ପରିସରରେ ଚିତ୍କାର ଓ ଧାଁଦୌଡ଼ ଦେଖିବାକୁ ମିଳିଥିଲା। ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି।

ad-week
Leave A Reply

Your email address will not be published.