ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ହଜାରେ କୋଟିର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Independence

ଭୁବନେଶ୍ୱର : ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦, ଜଳସେଚିତ ଜମି ପାଇଁ ୧୭୦୦୦ ଘୋଷଣା କରିଛନ୍ତି । ୧୨ ମାସୀ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ମିଳିବ । ବନ୍ୟା ପରବର୍ତ୍ତୀ ରୋଗପୋକ ପାଇଁ ମଧ୍ୟ ୭୫% ସବସିଡି ମିଳିବ । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ଇନପୁଟ ସବସିଡି ଯୋଗାଇ ଦେବେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷତିର ଭରଣା କରିବାକୁ ସହାୟତା ମିଳିବ । ୧୩୬ କୋଟିର ପ୍ରାଥମିକ ସହାୟତା ଯୋଗାଇ ଦେଇଛନ୍ତି ସରକାର । ଗୋଧନ, ଡଙ୍ଗା, ଜାଲ, ଗୃହପାଳିତ ପ୍ରାଣୀ ସମ୍ପଦ କ୍ଷତି ପାଇଁ ସରକାର ସହାୟତା ଦେବେ ।

ସେହିପରି ରାଜ୍ୟର ୬ ଜିଲ୍ଲାର ୭୪ ବ୍ଲକ ବନ୍ୟା ପ୍ରଭାବିତ ହୋଇଛି । ୧୩୮୧ ଗାଁର ୯ ଲକ୍ଷ ୪୦ ହଜାର ଲୋକ ବନ୍ୟା ବିପନ୍ନ । ଯାଜପୁରର ୧୦ ବ୍ଲକର ୨୭୦ ଗାଁ ବନ୍ୟା ସହ ୨ ଲକ୍ଷ ୮୦ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ଜିଲ୍ଲାରେ ୨୦୩ଟି ରିଲିଫ୍ ସେଣ୍ଟର ଖୋଲାଯାଇଛି । ସେହିପରି ଭଦ୍ରକ ଜିଲ୍ଲାର ୪ ବ୍ଲକର ୧୪୯ ଗାଁ ସହ ୨ ଲକ୍ଷ ୫୯ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ବି ବନ୍ୟା ସ୍ଥିତି ଗମ୍ଭୀର ରହିଛି । ୬ ଜିଲ୍ଲାରେ ୪୫ ଓଡ୍ରାଫ୍ ଓ ୮ NDRF ଟିମ୍ ମୁତୟନ ଅଛନ୍ତି । ଏ ପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନି। ସରକାରଙ୍କ ଟାର୍ଗେଟ ଜିରୋ କାଜୁଆଲିଟି, ସେ ଦିଗରେ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ad-week
Leave A Reply

Your email address will not be published.