ଓଡ଼ିଶା ଡିଜିପି ନିଯୁକ୍ତି ପ୍ରସଙ୍ଗ; ସେପ୍ଟେମ୍ବର ୨ରେ ପରବର୍ତ୍ତୀ ଶୁଣାଣି

Independence

ଭୁବନେଶ୍ୱର : ଓଡ଼ିଶା ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପିଆଇଏଲ ପ୍ରସଙ୍ଗରେ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି। ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାରେ ନିଜ ପକ୍ଷ ରଖିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଓଡ଼ିଶା ପୁଲିସ ମହାନିର୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ଦେଖାଦେଇଥିବା ବିବାଦୀୟ ମାମଲାର ୧୮ ଅଗଷ୍ଟରେ ଶୁଣାଣି ହେବାର ଥିଲା। ଏନେଇ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ୧୮ ଅଗଷ୍ଟ ପର୍ଯ୍ୟନ୍ତ ଡିଜିପି ଚୟନ ନେଇ ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ କମିଶନ (UPSC) କୌଣସି ନିଷ୍ପତ୍ତି ନେଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।

ad-week
Leave A Reply

Your email address will not be published.