ବିଧାୟକଙ୍କୁ ବିଜୟଙ୍କ ବଡ଼ ଉପହାର; କାର ସହ ମାସିକ ମିଳିବ ୭୫ ହଜାର ଟଙ୍କା

Independence

ଚେନ୍ନାଇ: ତାମିଲନାଡୁ ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ ଉପହାର। ବୁଧବାର ବିଧାନସଭାରେ ବିଧାୟକମାନଙ୍କ ପାଇଁ ସେ ଏକାଧିକ ସୁବିଧା ଘୋଷଣା କରିଛନ୍ତି। ସମସ୍ତ ବିଧାୟକଙ୍କୁ ନୂତନ ସରକାରୀ କାର ସହ ଜଣେ ଲେଖାଏଁ ଡ୍ରାଇଭର ଯୋଗାଇ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଛନ୍ତି ।  ତାହା ସହ କାରର ଭରଣପୋଷଣ ପାଇଁ ପ୍ରତିମାସ ୭୫,୦୦୦ଟଙ୍କା ସହ ଜଣେ ଅଫିସ ସହାୟକଙ୍କ ପାଇଁ ଅତିରିକ୍ତ ୨୫,୦୦୦ଟଙ୍କା ଦିଆଯିବ। ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ବିକାଶମୂଳକ କାର୍ଯ୍ୟଗୁଡିକର ତଦାରଖ କରିବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ ବୀମା ଯୋଜନାରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଜୟ ବଡ଼ ଘୋଷଣା କରିଛନ୍ତି। ବାର୍ଷିକ ଚିକିତ୍ସା ବୀମା କଭରେଜକୁ ୫ ଲକ୍ଷରୁ ବଢ଼ାଇ୨୫ ଲକ୍ଷ କରିଛନ୍ତି। ଫଳରେ ହିତାଧିକାରୀମାନେ ପୂର୍ବ ତୁଳନାରେ ପାଞ୍ଚ ଗୁଣା ଅଧିକ ବୀମା ସୁବିଧା ପାଇପାରିବେ।

ad-week
Leave A Reply

Your email address will not be published.