ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ପରଲୋକ

Independence

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ହେଉଥିଲେ । ଆଜି ସକାଳ ୫ ଘଣ୍ଟା ସମୟରେ ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ୧୯୬୭ରୁ ୧୯୯୦ ମଧ୍ୟରେ ଶ୍ରୀ ମାଝୀ ବିଭିନ୍ନ ବିଭାଗରେ ମନ୍ତ୍ରୀ ପଦ କାର୍ଯ୍ୟ ତୁଲାଇ ଥିଲେ । ସେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ରେ ୧୯୬୭,୧୯୭୧, ୧୯୮୫ ମସିହାରେ କୋଡିଙ୍ଗା ନିର୍ବାଚନ ମଣ୍ଡଳୀରୁ ୧୯୭୭ ଓ ୧୯୮୦ ରେ ପ୍ରତିନିଧିତ୍ବ କରି ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।

ସଂସ୍କୃତି ମନ୍ତ୍ରୀ ଭାବରେ ୪ଥର ରାଜ୍ୟ ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରିଛନ୍ତି । ୪ଥର ରାଜ୍ୟ ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରିଛନ୍ତି ଶ୍ରୀ ମାଝୀ । ଡାବୁଗାଁ ତତ୍କାଳନୀ କୋଡିଙ୍ଗ। ନିର୍ବାଚନ ମଣ୍ଡଳୀରୁ ପ୍ରତି ନିଧିତ୍ବ କରି ଓଡ଼ିଶା ବିଧାନସଭାକୁ ନିର୍ବ।ଚିତ ହୋଇଥିଲେ । ଶ୍ରୀ ମାଝୀ ସ୍ବତନ୍ତ୍ର ଦଳ, ଭାରତୀୟ ଜାତୀୟ କଂଗ୍ରେସ ଏବଂ ବିଜୁ ଜନତା ଦଳ ଓ ବିଜେପି ସହିତ ଜଡ଼ିତ ଥିଲେ । ୨୦୦୯ରେ ନବରଙ୍ଗପୁର ଲୋକସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ଶ୍ରୀ ମାଝୀ ହାରିଥିଲେ । ୨୦୧୮ ଅକ୍ଟୋବରରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ |

ad-week
Leave A Reply

Your email address will not be published.